Masthead

ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା

ପାଞ୍ଚ ବର୍ଷ ପରେ ଚାଇନା ନାଗରିକଙ୍କୁ ପର୍ଯ୍ୟଟନ ଭିଜା ପ୍ରଦାନ କରିବାକୁ ଗୋଷଣା କରିଛନ୍ତି ଭାରତ ସରକାର ।

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀର୍ଘ ପାଞ୍ଚ ବର୍ଷ ପରେ ଚାଇନା ନାଗରିକଙ୍କୁ ପର୍ଯ୍ୟଟନ ଭିଜା ପ୍ରଦାନ କରିବାକୁ ଗୋଷଣା କରିଛନ୍ତି ଭାରତ ସରକାର । ଆସନ୍ତା କାଲିଠାରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । କୋଭିଡ-୧୯ ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପର୍ଯ୍ୟଟନ ଭିଜାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଥିଲେ ।

ସେବେଠାରୁ ଚାଇନା ପର୍ଯ୍ୟଟନ ସେବାକୁ ବନ୍ଦ କରାଯାଇଥିଲା । ଭାରତୀୟ ଭିଜା ଫେରସ୍ତ ପାଇଁ ଆବେଦନ କରିବା ସମୟରେ ଏକ ବିଧିବଦ୍ଧ ‘ପାସପୋର୍ଟ ପ୍ରତ୍ୟାହାର ପତ୍ର’ ବାଧ୍ୟତାମୂଳକ । ୧୯୬୨ ମସିହାର ଯୁଦ୍ଧ ପରଠାରୁ ଦୁି ଦେଶ ମଧ୍ୟରେ ପରିସ୍ଥିତି ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଥିଲା । ପରେ ୨୦୨୦ ମସିହାର କୋଭିଡ-୧୯ ମହାମାରୀ ଏବଂ ଗଲୱାନ ଉପତ୍ୟାକାରେ ହୋଇଥିବା ଭାରତ ଏବଂ ଚାଇନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଯାତ୍ରା ଏବଂ ପାରସ୍ପରିକ ଯୋଗାଯୋଗ ସ୍ଥଗିତ ହୋଇଥିଲା ।

ପ୍ରଥମେ ଚାଇନା ଭାରତୀୟ ଛାତ୍ର ଏବଂ ବ୍ୟବସାୟୀ ମାନଙ୍କୁ ଭିଜା ଦେବା ଆରମ୍ଭ କରିଥିଲା । କିନ୍ତୁ ସାଧାରଣ ଯାତ୍ରା ଉପରେ ଜାରି ରହିଥିଲା କଟକଣା । ଏବେ ଭାରତ ଏବଂ ଚାଇନା ଉଭୟ ଦେଶର ଲୋକମାନଙ୍କ ଭିତରେ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି । ତେଣୁ ସିଧା ସଳଖ ବିମାନ ଚଳାଚଳ ଆରମ୍ଭ ସହ କୈଳାସ ମାନସରବର ଯାତ୍ରା ପୁନଃ ଅରମ୍ଭ କରିବାର ଚାଲିଚି ଯୋଜନା । ବୈଦେଶିକ ମନ୍ତ୍ରୀ ଏସ ଜୟସଙ୍କର ମଧ୍ୟ କହିଛନ୍ତି ଧିରେ ଧିରେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ବୃଦ୍ଧି ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ