Masthead

୨୦୨୪ ପାଇଁ ଅଣ୍ଟା ଭିଡ଼ୁଛି କଂଗ୍ରେସ, ୧୯ ବିରୋଧୀ ଦଳ ନେତାଙ୍କ ସହ ସୋନିଆଙ୍କ ଆଲୋଚନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୨୦୨୪ ପାଇଁ ଏବେଠୁ ଅଣ୍ଟା ଭିଡ଼ିବା ଆରମ୍ଭ କରିଦେଇଛି କଂଗ୍ରେସ । ବିରୋଧୀ ମାନଙ୍କୁ ବିଜେପି ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ତେବେ ୨୦୧୯ରେ ମଧ୍ୟ କଂଗ୍ରେସ ସମସ୍ତ ବିରୋଧୀ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରିଥିଲା । ଏକ ମଞ୍ଚରେ ହାତ ଧରାଧରି ହୋଇ ଛିଡ଼ା ହୋଇଥିବା ନଜର ଆସିଥିଲେ ବିଭିନ୍ନ ବିରୋଧୀ ଦଳ । କିନ୍ତୁ ପରେ ଏହି ମହାମେଣ୍ଟ ଫେଲ ମାରିଥିଲା ।

କିନ୍ତୁ ୨୦୨୪ ନିର୍ବାଚନରେ ପୁଣି ଥରେ ଆଉ ରିସ୍କ ନେବାକୁ ଚାହୁଁନି କଂଗ୍ରେସ ଦଳ । ସେଥିପାଇଁ ଆଗୁଆ ଆରମ୍ଭ କରିଦେଇଛି ପ୍ରସ୍ତୁତି । ୧୯ଟି ବିରୋଧୀ ଦଳ ନେତାଙ୍କ ସହ ଏକ ଭର୍ଚୁଆଲ ଆଲୋଚନା କରିଛନ୍ତି ସୋନିଆ ଗାନ୍ଧୀ । ଯେଉଁଥିରେ ବିଜେପି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ସୋନିଆ । ଏହାଛଡ଼ା ସେ ଆହୁରି ମଧ୍ୟ କହିଛନ୍ତି ରାଜନୈତିକ ଦଳ ମାନଙ୍କ ମଧ୍ୟରେ ବିଜାର ଗତ, ମତଭେଦ ପାର୍ଥକ୍ୟ ରହିବା ସ୍ୱାଭାବିକ । କିନ୍ତୁ ଏସବୁରୁ ଉପରକୁ ଯାଇ ଆମକୁ ଏକାଠି ହୋଇ କାମ କରିବାକୁ ପଡ଼ିବ । ବିରୋଧୀ ମାନଙ୍କୁ ଗୋଟିଏ ଲକ୍ଷ୍ୟ ନେଇ କାମ କରିବାକୁ ପଡ଼ିବ । ଏହାଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ।

ତେବେ ବିରୋଧୀ ମାନଙ୍କ ନେତୃତ୍ୱ ନେବାରେ ମଧ୍ୟ କଂଗ୍ରେସର କୌଣସି ଆଗ୍ରହ ନାହିଁ । ନିକଟରେ ବିଜେପି ବିରୋଧୀ ଏକତା ମଞ୍ଚ ଏହା ପ୍ରମାଣ କରିଦେଇଛି । ବିରୋଧୀଙ୍କ ନେତୃତ୍ୱ କିଏ ନେବ ଏହି ଆଲୋଚନାରୁ ମଧ୍ୟ ଦୂରେଇ ରହିବାକୁ ଚାହେଁ କଂଗ୍ରେସ । ରାଜୀବ ଗାନ୍ଧୀଙ୍କ ୭୭ତମ ଜୟନ୍ତୀ ପାଳନ ଅବସରରେ ବିରୋଧୀ ନେତାଙ୍କ ସହ ଏକ ଭର୍ଚୁଆଲ ଆଲୋଚନା କରି ୨୦୨୪ ପାଇଁ ଏକଜୁଟ ହେବାକୁ ବାର୍ତ୍ତା ଦେଇଛନ୍ତି ସୋନିଆ ଗାନ୍ଧୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ