https://youtu.be/i-zKaIe-vAo
ଦଶପଲ୍ଲା(ବଡ଼ ଖବର ବ୍ୟୁରୋ): ୭ ଦିନ ମଧ୍ୟରେ ଦଶପଲ୍ଲାକୁ ରେଳ ଚଳାଚଳ ଦାବି କରିଛି ଜିଲ୍ଲା କଂଗ୍ରେସ । କଂଗ୍ରେସ ସଭାପତି ରଂଜିତ ଦାସଙ୍କ ନେତୃତ୍ୱରେ ୧୦ ଜଣିଆ ପ୍ରତିନିଧି ଖୋର୍ଦ୍ଧା ରୋଡ଼ ଡିଆରଏମ ଏଚ. ଏସ ବାଜ୍ଜାଙ୍କୁ ଭେଟିଥିଲେ । ରଥଯାତ୍ରା ସମୟରୁ ଦଶପଲ୍ଲାକୁ ଟ୍ରାଏଲ ଟ୍ରେନ ଗଡିଥିଲା । ଏହାରି ମଧ୍ୟରେ ବହୁ ଦିନ ବିତି ଯାଇଥିଲେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ହୋଇପାରିନାହିଁ । ତେଣୁ ୭ଦିନ ମଧ୍ୟ୍ୟରେ ଟ୍ରେନ ନ ଚାଲିଲେ ମହୀପୁର ଓ ନୂଆଗାଁ ଷ୍ଟେସନରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ ବୋଲି ପ୍ରେସ ରିଲିଜ କରି ଜଣାଇଛନ୍ତି ଜିଲ୍ଲା କଂଗ୍ରେସ । ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ନୟାଗଡ ଜିଲ୍ଲା ଜୀବନ ରେଖା । ପୂର୍ବରୁ ନୂଆଗାଁ ପର୍ୟ୍ୟନ୍ତ ରେଳ ଚଳାଚଳ କରୁଛି । ନୂଆଗାଁରୁ ଦଶପଲ୍ଲା ମାତ୍ର ୧୫କିଲୋମିଟର । ଦଶପଲ୍ଲାକୁ ରେଳ ଚଳାଚଳ ପାଇଁ ପୂର୍ବରୁ ବରିଷ୍ଠ ନାଗରିକ ମଞ୍ଚ ମଧ୍ୟ୍ୟ ଦାବି କରିଆସୁଛି ।