Masthead

ପୋଲିସର ଲାଠି ମାଡ଼ରେ ବିଜେପି ନେତାଙ୍କ ମୃତ୍ୟୁ

ପାଟନା(ବଡ଼ ଖବର ବ୍ୟୁରୋ): ବିହାରର ଜେହାନାବାଦରେ ପୋଲିସର ଲାଟିଚାର୍ଜ ଯୋଗୁଁ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି। ନୂତନ ଶିକ୍ଷକ ନିଯୁକ୍ତି ନିୟମକୁ ବିରୋଧ ଓ ୧୦ ଲକ୍ଷ ଚାକିରି ପ୍ରସଙ୍ଗରେ ବିଜେପି ପାଟନାରେ ବିଧାନସଭା ଘେରାଉ କରିଥିଲା । ସେହି ସମୟରେ ପାଟଣାର ଡାକ ବଙ୍ଗଳା ଛକଠାରେ ବିଜେପି କର୍ମୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ସ୍ଥିତି ଅଣାୟତ୍ୱ ହେବାରୁ ପୋଲିସ  ବିଜେପି ନେତ ଓ କର୍ମୀଙ୍କ ଉପରେ ଲାଟି ଚାର୍ଜ କରିବା ସହ ପାଣି ମାଡ ମଋ୍ୟ କରିଥିଲା ।

ଏଥିରେ ଜଣେ ବିଜେପି ନେତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହିଘଟଣା ପରେ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ବିଜେପି ନେତାମାନେ ଏକ ଧର୍ମଘଟରେ ବସିଥିଲେ। ତା’ପରେ ସେମାନଙ୍କୁ ଗିରଫ କରାଯାଇ ସେଠାରୁ ଏକ ବସ୍‌ରେ ନିଆଯାଇଛି। ଏଥିସହ ସାଂସଦ ଜନାର୍ଦ୍ଦନ ସିଗ୍ରିୱାଲଙ୍କ ଲାଠିଚାର୍ଜରେ ମୁଣ୍ଡରେ ଆଘାତ ଲାଗିଛି।

ଶିକ୍ଷକ ନିଯୁକ୍ତି ନିୟମ, ରୋଜଗାର, ଅଗ୍ରୱାନୀ ବ୍ରିଜ ଦୁର୍ଘଟଣା, ଦୁର୍ନୀତି ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିଜେପି ଗ୍ରାଣ୍ଡ ଆଲାଇନ୍ସ ରାଜ୍ୟ ସରକାରଙ୍କୁ ବାରମ୍ବାର ଘେରିବାରେ ଲାଗିଛି । ଯାହାକୁ ନେଇ ବ୍ୟାକଫୁଟରେ ନଜର ଆସୁଛନ୍ତି ବିହାର ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା