ଅବକାରୀ ଅଧିକ୍ଷକଙ୍କୁ ମହଙ୍ଗା ପଡିଲା ଭାଇରାଲ ଭିଡିଓ

ରାୟଗଡା (ବଡ଼ ଖବର ବ୍ୟୁରୋ): ବଡ଼ ଖବରରେ ବଡ ପ୍ରଭାବ। ନିଲମ୍ବିତ ହେଲେ ରାୟଗଡା ଅବକାରୀ ଅଧିକ୍ଷକ ପ୍ରଶନ୍ନ କୁମାର ନାୟକ । ବିଭାଗର କନେଷ୍ଟବଳଙ୍କୁ ସାଥିରେ ଧରି ଗୋଟିଏ ହୋଟେଲରେ ଲାଞ୍ଚ ମାଗୁଥିବା ଭେଣ୍ଡରଙ୍କ ସହ ମୂଲଚାଲ କରୁଥିବା ଏକ ଭିଡିଓକୁ ନ୍ୟୁଜ ମାଧ୍ୟମରେ ଲୋକଲୋଚନକୁ ଆଣିବା ପରେ ସରକାର ଅଧିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ ଏକ ହୋଟେଲରେ କନେଷ୍ଟବଳ ସୁଶାନ୍ତ ପାତ୍ରଙ୍କୁ ସାଥିରେ ଧରି ଅଧିକ୍ଷକ ପ୍ରସନ୍ନ ନାୟକ ଲାଞ୍ଚ ପାଇଁ ଡିଲ କରୁଥିଲେ।

ସେ ସମୟରେ ଷ୍ଟ୍ରିଙ୍ଗ ଅପରେସନ ହୋଇଥିବା ଭିଡିଓ ଜିଲ୍ଲାରେ ଘୁରି ବୁଲୁଥିଲା। ଏହି ଭିଡିଓ ପଛରେ ରହିଥିବା ସମସ୍ତ କଳା କାରନାମା ସମ୍ପର୍କରେ ବଡଖବରରେ ଅଗଷ୍ଟ ୧୫ ଦିନ ଗୁମର ଖୋଲିଥିଲା। ଖବର ପରିବେଷଣର ୨୪ଘଣ୍ଟା ଭିତରେ କନେଷ୍ଟବଳଙ୍କୁ ନିଲମ୍ବିତ କରିଥିବାବେଳେ ଅଧିକ୍ଷକଙ୍କ ପାଇଁ ବିଚାର ଝୁଲାଇ ରଖିଥିଲେ। ବିଧାନସଭା ମୌସୁମୀ ଅଧିବେଶନ କିଛି ଘଣ୍ଟା ପୂର୍ବରୁ ସରକାର ଗତକାଲି ନିଲମ୍ବିତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!