Masthead

ମାସ୍କ ପାଇଁ ହ୍ରାସ ପାଉଛି ଶ୍ୱାସ ରୋଗୀଙ୍କ ସଂଖ୍ୟା

(ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଯାହାର ଅନେକ ଉପକାର ମଧ୍ୟ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟଜନକ ଶ୍ୱାସରୋଗୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଶ୍ୱାସ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲକୁ ଆସୁଥିବା ଗୁରୁତର ରୋଗୀଙ୍କ ସଂଖ୍ୟା ଏହା ମଧ୍ୟରେ ୬୫% ହ୍ରାସ ପାଇଥିବା ରିପୋର୍ଟରୁ ଜଣା ପଡ଼ିଛି । ସେହିପରି ଗତବର୍ଷ ଫ୍ଲୁ ଭୂତାଣୁ ସଂକ୍ରମଣ ମଧ୍ୟ କମିଥିବା ମତ ଦେଇଥିଲେ ଇସ୍ରାଇଲର ବୈଜ୍ଞାନିକ ମାନେ ।

ସେହିପରି ମାସ୍କ ପିନ୍ଧିବା ଅନ୍ୟ ଏକ ଉପକାର ମଧ୍ୟ କରୁଛି । ଲୋକ ମାନଙ୍କ ନାକ ପାଟିରେ ହେଉଥିବା ଋତୁକାଳୀନ ଆଲର୍ଜୀ କମୁଥିବା ସୂଚନା ମିଳିଛି । ଇସ୍ରାଇଲରେ ମାସ୍କ ପିନ୍ଧିବା କଟକଣାକୁ ଉଠାଇ ଦିଆଯାଇଥିଲେ ମଧ୍ୟ ସର୍ବସାଧାରଣ ଯାଗାରେ ଏହି କଟକଣା ଲାଗିବ ବୋଲି ସ୍ପଷ୍ଟ କରିଛନ୍ତି ଇସ୍ରାଇଲ ସରକାର । ସେହିପରି କୌଣସି ବଡ଼ ସମାବେଶରେ ଯୋଗ ଦେଉଥିଲେ ମଧ୍ୟ ମାସ୍କ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଫ୍ଲୁ ସଂକ୍ରମରରେ ହ୍ରାସ ଘଟିଥିବା କାରଣରୁ ସ୍ୱିଜରଲ୍ୟାଣ୍ଡର ଦୁଇ ବୃହତ ଔଷଧ କମ୍ପାନୀ ଆଖିଦୃଷ୍ଟିଆ ଲାଭ ପାଇ ପାରିନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!