Masthead

ଅନୁପ ସାଏଙ୍କୁ ଗୁଳି କରିଥାନ୍ତେ କଳ୍ପନାଙ୍କ ଭାଇ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ମନ୍ତ୍ରୀ ନବ କିଶୋର ଦାସଙ୍କ ପରେ ପୂର୍ବତ୍ତନ ବିଧାୟକ ଅନୁପ ସାଏ ଏବେ ଟାର୍ଗେରେ । ତାଙ୍କୁ ହତ୍ୟା କରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର । ଆଉ କେହି ନୁହେଁ ଖୋଦ ପୋଲିସ । ଏକଥା ଆମେ କହୁନୁ କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସ କହିଛନ୍ତି । ଏହି ଘଟଣା ପ୍ରଘଟ ହେବା ପରେ ତାଙ୍କ ବିରୋଧରେ ହୋଇଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟା ପାଇଁ ସରୋଜ ଦାସ ତୟାର ।

ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି । ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଏସ୍‌ପି ଏସ୍.ପରମାର କହିଛନ୍ତି । ଏସପି ସଫେଇ ଦେଇ କହିଛନ୍ତି ସରୋଜ ନିଶାସକ୍ତ ହୋଇ ଥାନା ପରିସରରେ ଏଭଳି କିଛି କହିଛନ୍ତି । ତାଙ୍କ ନିକଟରୁ ବନ୍ଧୁକ ଜବତ ହେବା ଘଟଣା ସମ୍ପୂର୍ଣ୍ଣ ଗୁଜବ ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି ।

୨୦୧୬ ମସିହାରେ ଝାରସୁଗୁଡ଼ାରେ ହୋଇଥିବା ଚର୍ଚ୍ଚିତ ଡବଲ୍‌ ମର୍ଡର ଘଟଣାର ମୃତକ କଳ୍ପନା ଦାସ ଥିଲେ କନେଷ୍ଟବଳ ଶ୍ରୀ ଦାସଙ୍କ ସମ୍ପର୍କୀୟ ଭଉଣୀ। ସେହି ସମୟରେ ଛତିଶଗଡ଼ ଚକ୍ରଧରନଗର ପୁଲିସ୍ ପକ୍ଷରୁ ଜାରି କରାଯାଇଥିବା ଫଟୋ ଆଧାରରେ କନେଷ୍ଟବଳ ଶ୍ରୀ ଦାସ ହିଁ ଶବ ଚିହ୍ନଟ କରିଥିଲେ। ନିକଟରେ ଅନୁପ ସାଏ ଜାମିନରେ ମୁକୁଳିଥିବାରୁ ଉକ୍ତ ଘଟଣାର ପ୍ରତିଶୋଧ ନେବାକୁ ଯାଇ କନେଷ୍ଟବଳ ଥାନା ଭିତରେ ଏଭଳି କିଛି କହିଥିବା ଚର୍ଚ୍ଚା ହେଉଛି। ତେବେ କନେଷ୍ଟବଳ ଶ୍ରୀ ଦାସ ପ୍ରକୃତରେ ନିଶାସକ୍ତ ଅବସ୍ଥାରେ ଏଭଳି କିଛି କହିଥିଲେ ନା ଏହା ପଛରେ କିଛି ଷଡ୍‌ଯନ୍ତ୍ର ରହିଥିଲା ତାକୁ ନେଇ ଏବେ ପୁଲିସ୍ ବିଭାଗ ଛାନ୍‌ଭିନ୍ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା