Masthead

ଗିରଫ ବ୍ୟକ୍ତିଙ୍କୁ ଆଇନଗତ ସାହାଯ୍ୟ ନକରିବା ଦୁର୍ଭାଗ୍ୟଜନକ: ସିଜେଆଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାନବାଧିକାରର ସୁରକ୍ଷା ନେଇ ରହିଥିବା ସାମ୍ବିଧାନିକ ବ୍ୟବସ୍ଥା ବାରମ୍ବାର ଉଲ୍ଲଘଂନ ହେଉଛି। ପୋଲିସ ହାଜତରେ ହେଉଛି ସବୁଠାରୁ ଅଧିକ ମାନବାଧିକାର ଉଲ୍ଲଘଂନ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା ମାନବାଧିକାରର ସୁରକ୍ଷାର ସର୍ବଦା ଆବଶ୍ୟକ ରହିଛି ବୋଲି କହିଛନ୍ତି ।

ଗିରଫ ବା ଅଟକ ଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ଠିକ୍ ସମୟରେ ଆଇନଗତ ସାହାଯ୍ୟ ନପହଞ୍ଚିବା ହେଉଛି ଦୁର୍ଭାଗ୍ୟଜନକ। ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ବୈଠକରେ ଯୋଗଦେଇ ଜଷ୍ଟିସ ରମନ୍ନା କହିଛନ୍ତି, ଗିରଫ ବା ଅଟକ ରଖିବା ସମୟରେ ଯଦି ଠିକ୍ ନିଷ୍ପତ୍ତି ନିଆଯାଇପାରିବ ତେବେ ଜଣେ ଅଭିଯୁକ୍ତ ଆତ୍ମରକ୍ଷା କରିବାକୁ ସକ୍ଷମ ହୋଇପାରିବ । ଏହାସହ ହାଜତଜନିତ ନିର୍ଯ୍ୟାତନା ରୋକାଯାଇ ପାରିବ।

ପୋଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ରୋକିବା, ଆଇନଗତ ସେବା କ୍ଷେତ୍ରରେ ରହିଥିବା ସାମ୍ବିଧାନିକ ଅଧିକାର ସଂକ୍ରାନ୍ତ ବ୍ୟବସ୍ଥାର ଉପଯୁକ୍ତ ପ୍ରଚାର, ପ୍ରସାର ଓ ମାଗଣା ଆଇନଗତ ସେବା ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜଷ୍ଟିସ ରମନ୍ନା। ଏଥିପାଇଁ ପ୍ରତି ଥାନାରେ ପର୍ଯ୍ୟାପ୍ତ ସୂଚନା ଫଳକ ଲଗାଇବା, ସଚେତନତାଧର୍ମୀ ବାର୍ତ୍ତା ଉଲ୍ଲେଖ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ