Masthead

ମାଥ୍ୟୁସଙ୍କ ଆଉଟକୁ ନେଇ ବିତର୍କ ଜାରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ ୨୦୨୩ର ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚରେ ଆଞ୍ଜେଲୋ ମାଥ୍ୟୁସଙ୍କ ଟାଇମ ଆଉଟ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉଟ୍‌ ହେବା ପରେ ଶ୍ରୀଲଙ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ସମଗ୍ର ବାଂଲାଦେଶ ଦଳ ଉପରେ ବର୍ଷିଛନ୍ତି। ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୂର୍ବରୁ ସେ ବାଂଲାଦେଶ ଏବଂ ଶାକିବଙ୍କୁ ବହୁତ ସମ୍ମାନ କରୁଥିଲେ କିନ୍ତୁ ବର୍ତ୍ତମାନ ସେ ତାହା କରିପାରିବେ ନାହିଁ। ଏହା ଅତ୍ୟନ୍ତ ଲଜ୍ଜାଜନକ କାର୍ୟ୍ୟ ଏବଂ ମୋତେ ଲାଗୁନାହିଁ କୌଣସି ଦଳ ଏମିତି କରିଥାନ୍ତା। ତେବେ ମ୍ୟାଚ ପରେ ଅନେକ ଲୋକ ସାକିବଙ୍କ ଅପିଲକୁ ଅନସ୍ପୋର୍ଟସମ୍ୟାନ ବୋଲି ଯୁକ୍ତି ବାଢିଛନ୍ତି। ତେବେ ବାଂଲାଦେଶ ଖେଳାଳି ସାକିବ୍ ନିଜ କାମକୁ ସମର୍ଥନ କରି କହିଛନ୍ତି ଯେ ସେ କେବଳ ଖେଳର ନିୟମକୁ ପାଳନ କରୁଛନ୍ତି।

ଗତକାଲି ବିଶ୍ବକପରେ ଶ୍ରୀଲଙ୍କା ବାଂଲାଦେଶ ବିପକ୍ଷ ମ୍ୟାଚ୍ ସମୟରେ ଦେଖିବାକୁ ମିଳିଛି ଏଭଳି କିଛି ଦେଖିବାକୁ ମିଳିଛି । ଶ୍ରୀଲଙ୍କାର ଅଭିଜ୍ଞ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ବଲ ଖେଳିବା ପୂର୍ବରୁ ଆଉଟ୍ ହୋଇଥିଲେ । ଆଇସିସିର ନିୟମ ମୁତାବକ ଆଞ୍ଜେଲୋ ମାଥ୍ୟୁସଙ୍କୁ ଏହି ଆଉଟ୍ ଘୋଷଣା କରିଥିଲେ ଫିଲଡ୍ ଅମ୍ପାୟର । ମାଥ୍ୟୁସ ବିଳମ୍ବରେ ପହଞ୍ଚିବାର କାରଣ କହିଥିଲେ । ମାତ୍ର ଅମ୍ପାୟାର ଏହାକୁ ଶୁଣି ନଥିଲେ । ସେପଟେ ବାଂଲାଦେଶ ମଧ୍ୟ ଏହି ଆଉଟକୁ ଫେରାଇ ନଥିଲା । ଫଳରେ ଅମ୍ପାୟାର ଆଉଟ୍ ଘୋଷଣା କରିଥିଲେ । ଅମ୍ପାୟାରଙ୍କ ସହ ମାଥ୍ୟୁସ ଯୁକ୍ତି କରିଥିଲେ ସୁଦ୍ଧା ଶୁଣିନଥିଲେ । ଶେଷରେ ବଲ ଖେଳିବା ପୂର୍ବରୁ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା