Masthead

‘ଆଗ ବୋନସ ପଛେ କାମ’

ସୋର (ବଡ଼ ଖବର ବ୍ୟୁରୋ): ‘ଲାଭ କରୁଛ, ଦରମା ବଢାଅ । ବୋନସ ଦିଅ ।’ ଏହା କୌଣସି ଯାତ୍ରା ପାର୍ଟିର ସଂଳାପ ନୁହେଁ । ୧୬ନଂ ଜାତୀୟ ରାଜପଥ ନିକଟ ଖନ୍ତାପଡା ଅଞ୍ଚଳରେ ଥିବା ଫାଲକୋନ୍ ଚିଙ୍ଗୁଡି ପ୍ଲାଣ୍ଟର କାର୍ଯ୍ୟରତ କର୍ମଚାରୀଙ୍କ ଅନ୍ତରର କଥା । ଦରମା ବୃଦ୍ଧି ଓ ବୋନସ୍ ଦାବିରେ ଫାଲକୋନ୍ ଚିଙ୍ଗୁଡି ପ୍ଲାଣ୍ଟରେ ଲାଗିରହିଛି ଶ୍ରମିକ ଅଶାନ୍ତି । ଶ୍ରମିକ ଅଶାନ୍ତିର ସାମ୍ନା କରିନପାରି କର୍ତ୍ତୃପକ୍ଷ ବାଧ୍ୟ ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କମ୍ପାନିକୁ ବନ୍ଦ ଘୋଷଣା କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନିକଟ ଖନ୍ତାପଡା ଅଞ୍ଚଳରେ ଅଛି ଫାଲକୋନ୍ ଚିଙ୍ଗୁଡି ପ୍ଲାଣ୍ଟ । ଦରମା ବୃଦ୍ଧି ଓ ବୋନସ୍ ଦାବି କରି ଗୁରୁବାର ୧୧ ଟାରୁ ଶ୍ରମିକମାନେ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସି ରହିଥିଲେ । ତେବେ ସନ୍ଧ୍ୟା ଯାଏଁ ସମାଧାନର କୌଣସି ବାଟ ଫିଟି ନଥିଲା । ଖବର ପାଇ ଖନ୍ତାପଡା ଆଇଆଇସି ପରେଶ କୁମାର ରାଉତ ଦୁଇ ପ୍ଲାଟୁନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେ ଆନ୍ଦୋଳନରତ ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ । ପରେ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଆଇଆଇସି । ବର୍ଦ୍ଧିତ ଦରମା ଦିଆଯାଇ ପାରିବ ନାହିଁ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ଶ୍ରମିକମାନେ ବିନା ସୂଚନାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି । ଶ୍ରମିକମାନଙ୍କ ବକେୟା ଦରମା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ ବୋଲି କହିଛନ୍ତି କମ୍ପାନି କର୍ତ୍ତୃପକ୍ଷ ।

ଭବିଷ୍ୟତକୁ ନେଇ କର୍ମଚାରୀମାନେ ଚିନ୍ତିତ ହୋଇପଡିଛନ୍ତି । କମ୍ପାନି ବନ୍ଦ ହେବା ପରେ ସେମାନଙ୍କ ପରିବାର କିପରି ଚଳିବ ସେଇ ଚିନ୍ତା ଏବେ ଶ୍ରମିକମାନଙ୍କୁ ଘାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ