Before Header

ବଦଳିଲା କରୋନା କଲର ଟ୍ୟୁନ

0 71

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  କରୋନାର ଆସିଲା ନୂଆ କଲର ଟ୍ୟୁନ । କିନ୍ତୁ ଆଉ ଜଣଙ୍କ ଠାରୁ । ଆଞା ହଁ, ଏବେ ଆଉ ଆପଣ ନିଜ ଫୋନରେ ଅମିତାଭ ବଚ୍ଚନଙ୍କ କଣ୍ଠରୁ କଲର ଟ୍ୟୁନ ଶୁଣିପାରିବେ ନାହିଁ । କାରଣ ଏବେ ତାଙ୍କ ସ୍ଥାନରେ ଜଣେ ମହିଳାଙ୍କ ସ୍ୱର ଶୁଣାଯିବ । ସେ ମହିଳା ଜଣଙ୍କ ପ୍ରସିଦ୍ଧ ଭୟସ ଓଭୋର ଆର୍ଟିଷ୍ଟ ଅଟନ୍ତି । ତାଙ୍କ ନାମ ଜସଲୀନ ଭଲ୍ଲା । ଏବେ ଜସଲୀନଙ୍କ କଣ୍ଠରୁ କରୋନା ସନ୍ଦେଶ ମିଳିବ । କରୋନା ସମୟରେ ସବୁକିଛି ବଦଳିଛି । ମାତ୍ର ବଦଳିନି କେବଳ ସମସ୍ତଙ୍କ କଲର ଟ୍ୟୁନ । ଏବେଠାରୁ ଅମିତାଭଙ୍କ ବଦଳରେ ଜସଲୀନ ଭଲ୍ଲାଙ୍କ କଣ୍ଠରୁ କାରୋନା ସଂପର୍କିତ ସଚେତନ ବାର୍ତ୍ତା ଶୁଣିବାକୁ ମିଳିବ ।

ଜସଲୀନ ଭଲ୍ଲା ପ୍ରଥମେ ଏକ ଚ୍ୟାନେଲରେ ସ୍ପୋର୍ଷ୍ଟସ ଜର୍ନାଲିଷ୍ଟ ଥିଲେ । ମାତ୍ର ଗତ ୧୦ବର୍ଷ ହେଲାଣି ସେ ଭୟସ ଓଭୋର ଆର୍ଟିଷ୍ଟ ରୂପେ କାମ କରୁଛନ୍ତି । ଦିଲ୍ଲୀ-ମେଟ୍ରୋ, ଡୋକୋମୋ , ହର୍ଲିକ୍ସ ଓ ସ୍ଲାଇସ-ମେଙ୍ଗୋ ବିଞାପନରେ ସେ ନିଜ ଭୟସ ଦେଇଥିଲେ ।

Leave A Reply

Your email address will not be published.