Masthead

କରୋନା କଟକଣାକୁ ଫୁ’

ଜଗତସିଂହପୁର, (ବଡ଼ ଖବର ବ୍ୟୁରୋ): କରୋନା କଟକଣା ଲାଗି ସାରା ରାଜ୍ୟରେ ସ୍କୁଲ, କଲେଜ ଓ ଟ୍ୟୁଟୋରିଆଲ ବନ୍ଦ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । କୋଭିଡ୍ କଟକଣାକୁ ଖୁଲମଖୁଲା ଉଲ୍ଲଙ୍ଘନ କରାଯାଉଛି । ଜଗତସିଂହପୁର ସହରରେ ଥିବା ଅଧିକାଂଶ ଟ୍ୟୁଟୋରିଆଲ ଖୋଲା ରହୁଛି ।

ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟବାଧକତାରେ ମେସରେ ରଖି ମଧ୍ୟ କ୍ଲାସ କରାଯାଉଛି । ଜିଲ୍ଲାରେ ଛତୁ ଫୁଟିଲା ଭଳି ଟ୍ୟୁଟୋରିଆଲ ଖୋଲିଛି । ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦିତା କରିବା ସହିତ ବ୍ୟବସାୟିକ ସଫଳତା ପାଇବା ପାଇଁ ବେଆଇନ ଭାବେ ଟ୍ୟୁଟୋରିଆଲ ଚଳାଉଛନ୍ତି ମାଲିକମାନେ ।

ଛାତ୍ରଛାତ୍ରୀମାନେ ବିନା ମାସ୍କରେ ଟ୍ୟୁଟୋରିଆଲଗୁଡିକୁ ଯାଉଥିବା ଦେଖାଯାଉଛି । ସମାଜିକ ଦୂରତା କଥା ନ କହିବା ଭଲ । ଜିଲ୍ଲା ପ୍ରଶାସନ ଏଦିଗରେ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ