Masthead

କନ୍ଦାଉଛି ପିଆଜ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ହୁ ହୁ ହୋଇ ବଢିଚାଲିଛି ପିଆଜ ଦର । ପିଆଜ ଏବେ କାଟିଲା ବେଳେ ନୁହେଁ କିଣିଲା ବେଳେ ଆଖିରେ ଆସୁଛି ଲୁହ । ଗତ ଦୁଇମାସ ଧରି ଲଗାତର ପିଆଜ ଦର ବଢି ଏବେ ୮୦ଟଙ୍କାରେ ପହଁଚିଛି । ପିଆଜକୁ ହାତମାରିବା ପଇଁ ବି ଡ଼ରିଲେଣି ଖାଉଟି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଭଳି ପିଆଜ ଆମଦନି ହେଉଥିବା ରାଜ୍ୟଗୁଡ଼ିକରେ ବର୍ଷା ହୋଇଯିବା କାରଣରୁ ପିଆଜ ସବୁ ନଷ୍ଟ ହୋଇଯାଇଛି । ବର୍ତ୍ତମାନ ପିଆଜ ଉପରେ କେବଳ ନାସିକ ବଜାର ଉପରେ ନିର୍ଭର କରାଯାଉଛି । ସେହି କାରଣରୁ ଦର ବୃଦ୍ଧି ହୋଇଥିବା କହିଛି ଖାଉଟି କଲ୍ୟାଣ ବିଭାଗ । ନୁତନ ଫସଲ ଆମଦାନି ନହେବା ପର୍ଯ୍ୟନ୍ତ ଦର ଏମିତି ରହିବ ବୋଲି କହିଛି ବିଭାଗ । ତେବେ ବଜାରରେ ପିଆଜର କଳାବଜାରି ଉପରେ ନଜର ରଖିବା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି କଲ୍ୟାଣ ସଚିବ । ଏନେଇ ଗତକାଲି ରଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସଚିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ