Masthead

ଚାକିରିରେ କରୋନା ଛାଟ: ଦ୍ୱିତୀୟ ଲହରରେ ମେ ମାସ ସୁଦ୍ଧା ନିଯୁକ୍ତି ହରାଇଛନ୍ତି ଏକ କୋଟି ଭାରତୀୟ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଚାକିରି ଉପରେ କରୋନା ଛାଟ । ପ୍ରାୟ ଏକ କୋଟି ଭାରତୀୟ ହରାଇଛନ୍ତି ଚାକିରି । ଏହାଛଡା କରୋନା ଆରମ୍ଭରୁ ଏଯାଏଁ ଦେଶରେ ୯୭ ପ୍ରତିଶତ ପରିବାରଙ୍କ କମିଛି ଆୟ । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି, ସିଏମଆଇଇ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଦେଶରେ ବର୍ତ୍ତମାନ ବେରୋଜଗାର ହାର ରହିଛି ୧୨.୧୫ ପ୍ରତିଶତ । ଗତ ଏପ୍ରିଲ ମାସରେ ଦେଶରେ ବେରୋଜଗାର ହାର ୮ ପ୍ରତିଶତ ଥିଲା । ମେ ମାସ ଶେଷ ସୁଦ୍ଧା ଏହା ୧୨.୧୫ ପ୍ରତିଶତକୁ ବଢିପାରେ ବୋଲି ସିଏମଆଇଇ ଅନୁମାନ କରିଛି । କରୋନାର ଦ୍ୱିତୀୟ ଲହରକୁ ବୋକାରୀର ମୁଖ୍ୟ କାରଣ ବୋଲି କୁହାଯାଇଛି । ସଂସ୍ଥା ଆକଳନ କରିଛି, ଆଗକୁ ଅର୍ଥନୀତିରେ ସୁଧାର ଆସିଲେ ବେକାରୀଙ୍କ ସଂଖ୍ୟା କମିପାରେ । ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଯୋଗୁଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ନହେବା, ଅଧିକାଂଶ କମ୍ପାନୀ ନୂଆ ନିଯୁକ୍ତି ନ ଦେବା ଯୋଗୁଁ ବେକାରୀ ସମସ୍ୟା ବଢିଛି । କେବଳ ଆଇଟି କ୍ଷେତ୍ରକୁ ଛାଡିଦେଲେ ଅନ୍ୟ କୌଣସି କ୍ଷେତ୍ରରେ ବିଶେଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇନାହିଁ ।

ଗତ ଏପ୍ରିଲ ମାସରେ ସିଏମଆଇଇ ସମଗ୍ର ଦେଶରେ ୧ କୋଟି ୭୫ ଲକ୍ଷ ପରିବାରଙ୍କ ଉପରେ ଏହି ସର୍ବେକ୍ଷଣ କରିଥିଲା । କରୋନାର ଦ୍ଵିତୀୟ ଲହରରେ ପରିବାରର ଆୟ ମଧ୍ୟ ହ୍ରାସ ପାଇଥିବା ସର୍ଭେରେ ଦର୍ଶାଯାଇଛି । ମହାମାରୀ ଯୋଗୁଁ ଦେଶରେ ପ୍ରାୟ ୯୭ ପ୍ରତିଶତ ପରିବାରଙ୍କ ଆୟ ହ୍ରାସ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ