Masthead

‘ଗଛଟିଏ ଲଗାନ୍ତୁ ସବୁଜିମା ବଞ୍ଚାନ୍ତୁ’

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଚାନ୍ଦବାଲି ବ୍ଲକର ଯୁବ ସମାଜସେବୀ ସନ୍ତୋଷ କୁମାର ତ୍ରିପାଠୀ। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୨୨-୨୩ ମସିହା ଲାଗି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପଲତା ପାତ୍ରଙ୍କ ଠାରୁ ମାନପତ୍ର ସହ ପୁରସ୍କାର ରାଶି ଗ୍ରହଣ କରିଛନ୍ତି। ପିଲାଟି ଦିନରୁ ସନ୍ତୋଷ ପ୍ରକୃତି ପ୍ରେମରେ ପଡିଥିଲେ । ପ୍ରଥମେ ନିଜ ଆଖପାଖ ଅଞ୍ଚଳରେ ଗଛଲଗାଇବା ସହ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟକରିଥିଲେ । ଆଗକୁ ଯିବାକୁ ଜନସାଧାରଣଙ୍କ ପ୍ରଶଂସା ହିଁ ତାଙ୍କୁ ବାଟ କଢାଇଥିଲା। ଗଛଟିଏ ଲଗାନ୍ତୁ ସବୁଜିମା ବଞ୍ଚାନ୍ତୁ, ବିବାହ,ବ୍ରତ,ଜନ୍ମଦିନରେ ଆମେ ଗିପ୍ଟ ବଦଳରେ ଗଛଟିଏ ଉପହାର ଦିଅନ୍ତୁ ବୋଲି କହନ୍ତି ସନ୍ତୋଷ ।

ତାଙ୍କର ଏଭଳି ସଫଳତା ପାଇଁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ସାସଂଦ ମଞ୍ଜୁଲତା ମଣ୍ଡଳ, ବରିଷ୍ଠ ବିଜେଡି ନେତା ପ୍ରତାପ ଚନ୍ଦ୍ର ଧଳ, ଧାମନଗରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ , ବିଜୁ ଯୁବଜନତା ଦଳ ଭଦ୍ରର ଜିଲ୍ଲା ଉପସଭାପତି ସୁଶାନ୍ତ କୁମାର ନାୟକ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ସମାଜସେବୀ ଡାକ୍ତର ସଞ୍ଜୟ କୁମାର ଦାସ, ଧାମନଗର ବିଜୁ ଜନତା ଦଳ ସୋସିଆଲ ମିଡ଼ିଆ କୋଡ଼ିନେଟର ହେଡ଼ ଜ୍ୟୋତିପ୍ରକାଶ ସାମଲ, ଯୁବସମାଜସେବୀ ସଞ୍ଜିତ ବେହେରା, ମୋ ସ୍ଵେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ସାହୁ, ନଳଗୋହିରା ଶିକ୍ଷା ବିକାଶ ମଞ୍ଚର ପ୍ରତିଷ୍ଠାତା କାହ୍ନୁଚରଣ ପରିଡା ପ୍ରମୁଖ ସନ୍ତୋଷ ତ୍ରିପାଠୀଙ୍କୁ ଶୁଭେଛା ଅଭିନନ୍ଦନ ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା