Masthead

‘ଗଛଟିଏ ଲଗାନ୍ତୁ ସବୁଜିମା ବଞ୍ଚାନ୍ତୁ’

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଚାନ୍ଦବାଲି ବ୍ଲକର ଯୁବ ସମାଜସେବୀ ସନ୍ତୋଷ କୁମାର ତ୍ରିପାଠୀ। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୨୨-୨୩ ମସିହା ଲାଗି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପଲତା ପାତ୍ରଙ୍କ ଠାରୁ ମାନପତ୍ର ସହ ପୁରସ୍କାର ରାଶି ଗ୍ରହଣ କରିଛନ୍ତି। ପିଲାଟି ଦିନରୁ ସନ୍ତୋଷ ପ୍ରକୃତି ପ୍ରେମରେ ପଡିଥିଲେ । ପ୍ରଥମେ ନିଜ ଆଖପାଖ ଅଞ୍ଚଳରେ ଗଛଲଗାଇବା ସହ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟକରିଥିଲେ । ଆଗକୁ ଯିବାକୁ ଜନସାଧାରଣଙ୍କ ପ୍ରଶଂସା ହିଁ ତାଙ୍କୁ ବାଟ କଢାଇଥିଲା। ଗଛଟିଏ ଲଗାନ୍ତୁ ସବୁଜିମା ବଞ୍ଚାନ୍ତୁ, ବିବାହ,ବ୍ରତ,ଜନ୍ମଦିନରେ ଆମେ ଗିପ୍ଟ ବଦଳରେ ଗଛଟିଏ ଉପହାର ଦିଅନ୍ତୁ ବୋଲି କହନ୍ତି ସନ୍ତୋଷ ।

ତାଙ୍କର ଏଭଳି ସଫଳତା ପାଇଁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ସାସଂଦ ମଞ୍ଜୁଲତା ମଣ୍ଡଳ, ବରିଷ୍ଠ ବିଜେଡି ନେତା ପ୍ରତାପ ଚନ୍ଦ୍ର ଧଳ, ଧାମନଗରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ , ବିଜୁ ଯୁବଜନତା ଦଳ ଭଦ୍ରର ଜିଲ୍ଲା ଉପସଭାପତି ସୁଶାନ୍ତ କୁମାର ନାୟକ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ସମାଜସେବୀ ଡାକ୍ତର ସଞ୍ଜୟ କୁମାର ଦାସ, ଧାମନଗର ବିଜୁ ଜନତା ଦଳ ସୋସିଆଲ ମିଡ଼ିଆ କୋଡ଼ିନେଟର ହେଡ଼ ଜ୍ୟୋତିପ୍ରକାଶ ସାମଲ, ଯୁବସମାଜସେବୀ ସଞ୍ଜିତ ବେହେରା, ମୋ ସ୍ଵେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ସାହୁ, ନଳଗୋହିରା ଶିକ୍ଷା ବିକାଶ ମଞ୍ଚର ପ୍ରତିଷ୍ଠାତା କାହ୍ନୁଚରଣ ପରିଡା ପ୍ରମୁଖ ସନ୍ତୋଷ ତ୍ରିପାଠୀଙ୍କୁ ଶୁଭେଛା ଅଭିନନ୍ଦନ ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’