Masthead

କରୋନା ଯାଇନି ମ୍ୟୁଟାଣ୍ଟ ଆସୁଛି

ଟୋକିଓ: ଜାପାନ ସମେତ ଅନ୍ୟ ଦେଶଗୁଡିକରେ ବ୍ୟାପୁଛି ନୂଆ ଭାଇରସ୍ ମ୍ୟୁଟାଣ୍ଟ । ବ୍ରାଜିଲରୁ ଫେରିଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରେ ଏହି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବିମାନବନ୍ଦରରେ ଏହି ଭାଇରସ୍ ୪୦ ବର୍ଷର ଜଣେ ପୁରୁଷ, ୩୦ ବର୍ଷର ଜଣେ ମହିଳା ଏବଂ ୨ ଛୋଟପିଲାଙ୍କ ପାଖରେ ଚିହ୍ନଟ ହୋଇଛି । ବ୍ରାଜିଲ ଆମାଜନ ଷ୍ଟେଟ୍ରୁ ଟୋକିଓ ଫେରିଥିଲେ ଏହି ଯାତ୍ରୀ । ଏହି ଭୂତାଣୁର ନୂତନ ସଂସ୍କରଣକୁ ବିଶ୍ଲେଷଣ କରିବା ପାଇଁ ଜାପାନ ଅନ୍ୟ ରାଷ୍ଟ୍ର, ଡବ୍ଲୁଏଚ୍ଓ ଏବଂ ଅନ୍ୟାନ୍ୟ ଡାକ୍ତରୀ ବିଶେଷଜ୍ଞଙ୍କ ସହ କାର୍ଯ୍ୟ କରୁଛି । ଉପଲବ୍ଧ ଟିକା କାମ କରିବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଯେଉଁ ବ୍ୟକ୍ତି ପଜିଟିଭ ପରୀକ୍ଷା କରିଥିଲେ, ସେଠାରେ ପହଁଚିବା ପରେ ତାଙ୍କର କୌଣସି ଲକ୍ଷଣ ନ ଥିଲା । କିନ୍ତୁ ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଛୋଟ ପିଲାଙ୍କ ମଧ୍ୟରୁ ଜଣେ ଜ୍ୱରରେ ପୀଡିତ ଥିଲେ । ମନ୍ତ୍ରଣାଳୟ ଅନୁଯାୟୀ ମହିଳାଙ୍କ ମୁଣ୍ଡରେ ଯନ୍ତ୍ରଣା ହୋଇଥିଲା କିନ୍ତୁ କୌଣସି ଲକ୍ଷଣ ନ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ