Masthead

ସାବାସ ଟିମ୍ ଇଣ୍ଡିଆ

ସିଡନୀ(ବଡ଼ ଖବର): ଆଜି ସିଡନୀରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଡ୍ର ହୋଇଛି । ହନୁମା ବିହାରୀ ଓ ଅଶ୍ୱିନଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ଭାରତୀୟ ଦଳ ଅଷ୍ଟ୍ରେଲିଆ ବୋଲରଙ୍କ ପ୍ରତ୍ୟେକ ଆକ୍ରମଣର ଦେଇଥିଲେ କଡା ଜବାବ । ତେବେ ଖରାପ ସ୍ଥିତିରୁ ବାହାରି ମ୍ୟାଚ ଡ୍ର ରଖିଲା ଭାରତ । ୪୩ ଓଭର ଧରି ବ୍ୟାଟିଂ କଲେ ଦୁଇ ବ୍ୟାଟ୍ସମ୍ୟାନ । ଅଶ୍ୱିନ୍ ଓ ବିହାରୀ କଙ୍ଗାରୁ ଟିମର ଶକ୍ତିଶାଳୀ ବୋଲିଂ ଆଟାକ୍ କୁ ଉଚିତ ଜବାବ ଦେବା ସହ ଷଷ୍ଠ ୱିକେଟ୍ ପାଇଁ ପାଖାପାଖି ୪୩ ଓଭର ବ୍ୟାଟିଂ କରି ଭାରତକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଥିଲେ ।

ଫଳରେ ୪୦୭ ରନ୍ ର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଭାରତ ୧୩୧ ଓଭରରେ ୫ ୱିକେଟ ହରାଇ ୩୩୪ରନ୍ କରିଛି । ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୯୭ରନ୍ ଓ ପୂଜାରା ୭୭ରନ୍ ର ମହତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ବିହାରୀ ୨୩ ଓ ଅଶ୍ୱିନ୍ ୩୯ ରନ୍ କରି ଅପରାଜିତ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ