Masthead

ରିଅଲ ହିରୋଙ୍କୁ କରୋନା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରତେକ ଦିନ ଲକ୍ଷ ଲକ୍ଷ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ବଲିଉଡର ଅନେକ ସେଲିବ୍ରିଟିମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ଭିତରେ ଲୋକଙ୍କୁ ସାହାଯ୍ୟ କରୁôଥିବା ସୋନୁ ସୁଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାର ସୂଚନା ସେ ନିଜେ ସୋସିଆଲ ମିଡିଆରେ ଜରିଆରେ ଦେଇଛନ୍ତି । କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସୋନୁ ସୁଦ୍ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି, ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ସୁରକ୍ଷା ଦୃଷ୍ଟିରୁ ଘରେ ହିଁ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି। ତେବେ ଏଭଳି ସ୍ଥିତିରେ ଏଥିରେ ଭୟ କିମ୍ବା ଚିନ୍ତା କରିବାର କୌଣସି କାରଣ ନାହିଁ। ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି।

ଖୁବଶୀଘ୍ର ସେ ଭଲ ହୋଇ ଲୋକଙ୍କୁ ପୁଣି ଥରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ବୋଲି ସୋନୁ କହିଛନ୍ତି।ରିଅଲ ହିରୋ ସୋନୁ ସୁଦ କରୋନା ସମୟରେ ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ସାହାଯ୍ୟ କରିଥିଲେ । ସେମାନଙ୍କ ଅନେକ ଆବଶ୍ୟକତା ପୁରଣ କରିଥିଲେ । ଏପରିକି ଶହ ଶହ ଲୋକଙ୍କୁ ରୋଜଗାର ଯୋଗାଇଥିଲେ । ଗତବର୍ଷ ସେ ଲଗାତାର ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି । କିନ୍ତୁ ଏ ବର୍ଷ କରୋନାର ଦ୍ରୁତ ସଂକ୍ରମଣ ଆଗରେ ସେ ମଧ୍ୟ ଅସହାୟ ମନେକରୁଛନ୍ତି । ଏପଟେ ସୋନୁ ସୁଦ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପୁରାପୁରି ଚେଷ୍ଟା ଜାରି ରଖିଛନ୍ତି। ଏହା ସହିତ ନିକଟରେ ଟ୍ୱିଟ କରି କିଛି ରୋଗୀଙ୍କୁ ସାହାଯ୍ୟ ଯୋଗାଇ ନ ପାରିବା ନେଇ ସେ ଅସହାୟତା ପ୍ରକାଶ କରିଛନ୍ତି। ସୋନୁ ସୁଦ୍ ଟ୍ବିଟ୍ କରି ଲେଖିଛନ୍ତି, ‘ସକାଳୁ ବର୍ତ୍ତମାନ ସୁଦ୍ଧା ମୁଁ ମୋ ଫୋନ୍ ରଖିନାହିଁ।

ହସ୍ପିଟାଲ, ବେଡ୍ସ, ଔଷଧ, ଇଞ୍ଜେକସନ୍ ପାଇଁ ଶହ ଶହ କଲ ଆସି ସାରିଛି ଏବଂ ଏପର୍ୟ୍ୟନ୍ତ ମୁଁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଏହା ଯୋଗାଇପାରିନାହିଁ। ଅସହାୟ ଅନୁଭବ କରୁଛି। ସ୍ଥିତି ଭୟାନକ ରହିଛି। ଦୟାକରି ଘରେ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ ଏବଂ ନିଜକୁ ସଂକ୍ରମଣରୁ ବଞ୍ଚାନ୍ତୁ।’ ସୋନୁ ସୁଦ୍ ଆଗକୁ ଆହୁରି ଲେଖିଛନ୍ତି କି, ‘ଯାହା କହିଥିଲି ତାହା କରିଛି। ମୁଁ ଏବେ ବି କରୁଛି । ମୁଁ ଭରସା ଅଛି କି ଆମେ ଏକାଠି ହୋଇ ଆହୁରି ଅନେକ ଜୀବନ ରକ୍ଷା କରିପାରିବା। କାହାକୁ ଦୋଷ ଦେବା ନାହିଁ, ଏବେ ଅସହାୟଙ୍କ ପାଇଁ ଆଗକୁ ଆସିବା ସମୟ। ଯାହାକୁ ଆପଣଙ୍କର ଆବଶ୍ୟକ ରହିଛି । ସେମାନଙ୍କର ଚିକିତ୍ସା ସମ୍ବନ୍ଧୀୟ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରନ୍ତୁ । ଆସନ୍ତୁ ଏକାଠି ଜୀବନ ବଞ୍ଚାଇବା । ମୁଁ ସବୁବେଳେ ଆପଣମାନଙ୍କ ପାଇଁ ଅଛି।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ