Masthead

ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

ନାଉଗାଁ (ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନ ହେବ ନାଉଗାଁ ବ୍ଲକରେ ବିଭିନ୍ନ ସ୍ଥାନରେ ବ୍ରାଉନ୍ ସୁଗାର ବେପାର ବଢ଼ିବାରେ ଲାଗିଛି। ଏପରିକି ଗାଁ ଗହଳି ଛକ ମାନଙ୍କରେ ମଧ୍ୟ ପ୍ରବଳ ମାତ୍ରାରେ ଏହି କାରବାର ଯୋରଦାର ହେଉଛି। ପାନ ଦୋକାନ ଠାରୁ ଆରମ୍ଭ କରି ଜଳଖିଆ ଦୋକାନ ଓ ହୋଟେଲମାନଙ୍କରେ ଖୁଲମଖୁଲା ଭାବେ ଚାଲିଛି ଏହି ବେପାର। ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେଲା ପରେ ବି ନାଉଗାଁ ପୋଲିସ ଓ ଅବକାରୀ ବିଭାଗ କୌଣସି ପଦକ୍ଷେପ ନେଉନାହିଁ ।

ଶନିବାର ସକାଳେ ନାଉଗାଁ କୋକିଢିଅ ଗ୍ରାମର ରଞ୍ଜିତ ଦାସ ଓରଫ ସିପୁ ଯିଏ କି ନାଉଗାଁ ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନ୍ ସୁଗାର କାରବାରରେ ଜଡ଼ିତ ରହିଅଛି। କିନ୍ତୁ ଦୁଃଖର ବିଷୟ ନାଉଗାଁ ପୋଲିସ ସବୁ ଜାଣି ନିରବ ଦ୍ରଷ୍ଟା ସାଜିଛନ୍ତି।ନାଉଗାଁ ପୋଲିସର କିଛ଼ି କର୍ମଚାରୀ ଏହି କାରବାର କରୁଥିବା ଟିମ୍ ସହ ଭିତିରି ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ଯାହା ପାଇଁ ପୋଲିସ ତାକୁ ଧରିବାରେ ବାରମ୍ବାର ବିଫଳ ହେଉଥିଲା। ହେଲେ ଶନିବାର ସକାଳୁ ବିଶେଷ ସୁତ୍ରରୁ ଖବର ପାଇ ରଞ୍ଜିତକୁ ନାଉଗାଁ ବାଲିଭଉଁରି ରାସ୍ତାର ମୁଣ୍ଡାଳ ବଜାର ନିକଟରୁ ବ୍ରାଉନ୍ ସୁଗାର ଧରି ଆସୁଥିବା ବେଳେ ତାକୁ ଧରିବାରେ ନାଉଗାଁ ପୋଲିସ ସଫଳ ହୋଇଥିଲେ। ରଞ୍ଜିତକୁ ଗିରଫ କରିବା ସହିତ ତାନିକଟରୁ ବାଇକ୍ ମଧ୍ୟ ଜବତ କରିଛି ପୋଲିସ ।

ଜବତ ହୋଇଥିବା ବ୍ରାଉନ୍ ସୁଗାରକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଯାହାର ଓଜନ ପାଞ୍ଚ ଗ୍ରାମରୁ ଉର୍ଦ୍ଧ୍ବ ହେବ। ସେହି ବାଉନ ସୁଗାରର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାଯାଇଛି । ରବିବାର ଅଭିଯୁକ୍ତକୁ କୋର୍ଟ୍ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା