Masthead

ଡୁମକା ସ୍କାମରେ ବେଲ୍ ପାଇଲେ ଲାଲୁ

ପାଟନା (ବଡ଼ ଖବର ବ୍ୟୁରୋ): ଲାଲୁଙ୍କୁ ମିଳିଲା ବେଲ୍ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ଯାଦବଙ୍କୁ ଆଜି ବୋଲ ମିଳିଛି । ବିହାର ଗୋଖାଦ୍ୟ ସ୍କାମ୍ ବା ଡୁମକା ଟ୍ରେଜେରୀ ନେଇ ଜଡ଼ିତଥିବା ଲାଲୁ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଆଜି ବେଲ ମଞ୍ଜୁର କରିଛନ୍ତି । ଏହି ସ୍କାମରେ ୧୯୯୧ରୁ ୧୯୯୬ ମସିହା ମଧ୍ୟରେ ଲାଲୁ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିହାରର ପଶୁପାଳନ ବିଭାଗ ତରଫରୁ ବିହାରରେ ଥିବା ଝାଡ଼ଖଣ୍ଡର ଟ୍ରେଜେରୀରୁ ୩.୧୩କୋଟି ଟଙ୍କା ପ୍ରତ୍ୟାହାର କରାଯାଇଥିଲା । ଯେଉଁ କାରଣରୁ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ତେବେ ଲାଲୁ ଯାଦବ ଏବେ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତାଙ୍କ ବିରୋଧରେ ରହିଥିବା ୪ଟି କେସ ମଧ୍ୟରୁ ତିନୋଟି କେସରେ ତାଙ୍କୁ ବେଲ୍ ମିଳିସାରିଛି । ୨୦୨୦ ଅକ୍ଟୋବର ମାସରେ ଯାଦବଙ୍କୁ ଚାଇବାସ୍ ଟ୍ରେଜେରୀ କେସ୍କୁ ନେଇ ଜାମିନ୍ ପ୍ରଦାନ କରାଯାଇଥିଲା ।

ତେବେ ୨୦୧୭ ପରଠୁ ୭୨ବର୍ଷୀୟ ଲାଲୁ ଯାଦବ ଝାଡ଼ଖଣ୍ଡର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ହସ୍ପିଟାଲରେ ନିଜର ଜେଲଦଣ୍ଡ ଭୋଗୁଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା ।

ବର୍ତ୍ତମାନ ଲାଲୁ ଯାଦବଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଗତ ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ଦଳର ପ୍ରଦର୍ଶନ ଖୁବ ଭଲ ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି