Masthead

‘ମାନହାନି ମାମଲାରେ ଅପରାଧିକ ଦଣ୍ଡ ପାଇବାରେ ମୁଁ ପ୍ରଥମ ବ୍ୟକ୍ତି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆମେରିକା ଗସ୍ତରେ ଅଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଷ୍ଟାନଫୋର୍ଡ ୟୁନିଭର୍ସିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ମନର କ୍ଷୋଭକୁ ପ୍ରକାଶ କରିଛନ୍ତି ରାହୁଲ । ସେ କହିଛନ୍ତି ‘୨୦୧୯ରେ ମୋଦିଙ୍କ ସରନେମକୁ ନେଇ ମନ୍ତବ୍ୟ ଦେଇଥିଲି । ମାନହାନି ମାମଲାରେ ବୋଧହୁଏ ମୁଁ ହେଉଛନ୍ତି ଅପରାଧିକ ଦଣ୍ଡାଦେଶ ପାଇଥିବା ବ୍ୟକ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ସେ ଯାହାହେଉ, ସାଂସଦ ପଦରୁ ଅଯୋଗ୍ୟ ଘୋଷିତ କରାଯିବାରୁ ମୁଁ ଲୋକମାନଙ୍କ ସହିତ ମିଶି କାମ କରିବାର ସୁଯୋଗ ପାଇଲି।

ମୋଦି ସାଙ୍ଗିଆ ଉପରେ ରାହୁଲ୍‌ ଦେଇଥିବା ଟିପ୍ପଣୀଜନିତ ୨୦୧୯ ମାମନହାନି ମାମଲାରେ ସୁରତ ଜିଲ୍ଲା ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ଦେବା ପରେ ତାଙ୍କୁ ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଯେତେବେଳେ ମୁଁ ଅନୁଭବ କଲି ଯେ ଆମକୁ କେହି ସମର୍ଥନ କରୁନାହାଁନ୍ତି ମୁଁ ରାଜାସ୍ତାକୁ ବାହାରି ଭାରତ ଯୋଡୋ ଯାତ୍ରା ଆରମ୍ଭ କଲି । ଏହି ସମୟରେ ଯେବେ କାଶ୍ମୀରରେ ଯାତ୍ରା ଆରମ୍ଭ କରିବାକୁ ବାହାରିଲି ମୋତେ ସେଠିକାର ପୁଲିସ ପ୍ରଶାସନ ବାରଣ କରିବା ସହ ଜୀବନ ଉପରେ ବିପଦ ଥିବା କହିଥିଲେ । ହେଲେ ମୁଁ ଖାତିର କରିନଥିଲି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’