Masthead

କରୋନା: ୧୫ ରୁ ୪୦ବର୍ଷ ହାଇରିସ୍କ

ଭୁବନେଶ୍ୱର, ୦୮/୦୯(ବୁ୍ୟରୋ): ବୟସ୍କ ନୁହେଁ, କିଶୋର ଓ ମଧ୍ୟବୟସ୍କ ବ୍ୟକ୍ତି ହାଇ ରିସ୍କରେ ଅଛନ୍ତି । ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୫.୩୭% ହେଉଛନ୍ତି ୧୫ ରୁ ୪୦ବର୍ଷ ବୟସ୍କ । କେବଳ ସେତିକି ନୁହେଁ ଏବେ ସୁଦ୍ଧା ରାଜ୍ୟର ୭୩୯୯ ଶିଶୁ କୋଭିଡ ସଂକ୍ରମିତ ହୋଇଛନ୍ତି ।

କୋଭିଡକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଆଗୁଆ ଲକଡାଉନ ଠାରୁ ସଟଡାଉନ, କଣ୍ଟେନମେଣ୍ଟ ଜୋନ ଠାରୁ କୋଭିଡ କେୟାର ସେଣ୍ଟର ଓ କୋଭିଡ ହସ୍ପିଟାଲ ପର୍ଯ୍ୟନ୍ତ ପ୍ରତିଷ୍ଠା କରିବାରେ ଆଗରେ ରହିଛନ୍ତି ।

ବହୁ ସମୀକ୍ଷା, ତର୍ଜମା ସତ୍ତ୍ୱେ ରାଜ୍ୟରେ କରୋନା ବୋଲ ମାନିଲା ନାହିଁ । ଏବେ ଓଡ଼ିଶା ଦେଶର ସଂକ୍ରମିତ ତାଲିକାରେ ୧୦ ନମ୍ବରରେ ରହିଛି । ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୨୭ହଜାର ୮୯୨ଜଣ ସଂକ୍ରମିତ ରହିଛନ୍ତି । ୬୨୨ଜଣଙ୍କର ଜୀବନ ଯାଇଛି ।

ଆମେରିକା, ଇଟାଲୀ ଭଳି ଦେଶରେ ବୟସ୍କ ଲୋକେ କୋଭିଡର ହାଇରିସ୍କ ଗ୍ରୁପରେ ରହୁଥିବା ବେଳେ ଓଡ଼ିଶାରେ କିଶୋର ଅର୍ଥାତ ୧୫ବର୍ଷରୁ ୪୦ବର୍ଷ ବୟସ୍କ ହାଇରିସ୍କରେ ରହିଛନ୍ତି । ସୋମବାର ସୁଦ୍ଧା ଏହି ବୟସର ମୋଟ ୭୦ହଜାର ୮୧୯ଜଣ ସଂକ୍ରମିତ ରହିଛନ୍ତି ।

ଏହାପରେ ୪୧-୬୦ବର୍ଷର ଲୋକେ ଅଧିକ ସଂକ୍ରମିତ ହୋଇଛନ୍ତି । ଏହି ବୟସର ୩୮ହଜାର ୫୭୨ଜଣ ସଂକ୍ରମିତ ହୋଇଛନ୍ତି । ଯାହା ୩୦.୧୫% । ତେବେ ୦-୧୪ବର୍ଷର ୭୩୯୯ଜଣ ଶିଶୁ କୋଭିଡ ୧୯ ସଂକ୍ରମିତ ହୋଇଥିବା ସରକାରୀ ରେକର୍ଡ କହୁଛି ।

ସେପ୍ଟେମ୍ବର ୮ ତାରିଖ ରାଜ୍ୟରେ ୩୪୯୦ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୩୯୬ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ସବୁଠୁ ଅଧିକ ଖୋର୍ଦ୍ଧାଜିଲ୍ଳାରେ ୫୩୫ଜଣ ସଂକ୍ରମିତ ଠାବ କରାଯାଇଛି । ଏହାବ୍ୟତୀତ କଟକ, ମୟୁରଭଞ୍ଜ, ରାୟଗଡ଼ା ଓ ପୁରୀ ଭଳି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଉପରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ