Masthead

ଯେବେ ସିନ୍ଦୂର ବାରୁଦ ହୁଏ….

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ରାଜସ୍ଥାନ ବିକାନେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୬ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୋଦି । ବିକଶିତ ଭାରତ ଗଠନ ପାଇଁ ଆହ୍ବାନ ଦେଲେ । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ପ୍ରାନ୍ତର ବିକାଶ ନେଇ ତଥ୍ୟ ରଖିଲେ । ସାରା ଦେଶରେ ୧୩ ଶହ ଷ୍ଟେସନ୍‌ର ଆଧୁନିକୀକରଣ ହୋଇଛି ବୋଲି ସମ୍ବୋଧନ କରି କହିଲେ । ବିଶେଷକରି ରାଜସ୍ଥାନର ବିକାଶ ନେଇ ବିସ୍ତୃତ ତଥ୍ୟ ରଖିଲେ । ମୋଦି କହିଛନ୍ତି ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ରାଜସ୍ଥାନର ୪୦ ହଜାର ଯୋଡ଼ି ହୋଇଛନ୍ତି । ଏହି ଲୋକମାନଙ୍କର ବିଜୁଳି ଖର୍ଚ୍ଚ ଶୂନ ହୋଇ ସାରିଛି ।

ଖାଲି ସେତିକି ନୁହେଁ ପହଲଗାମ ଆଟାକକୁ ନେଇ ପାକିସ୍ତାନକୁ ସିଧା ନିଶାନା କରିଛନ୍ତି । ସେ କହିଛନ୍ତି ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟ୍‌ରେ ଦେଲୁ । ସିନ୍ଦୂର ଯେତେବେଳେ ବାରୁଦ ହୁଏ ପରିଣାମ କଣ ହୁଏ ବିଶ୍ବ ଦେଖିଲା । ୯ଟି ଆତଙ୍କୀ ଆଡ୍ଡାକୁ ଆମେ ସେନା ମାଟିରେ ମିଶାଇ ଦେଲା । ଯେଉଁମାନେ ସିନ୍ଦୂର ଲିଭାଇବାକୁ ଆସିଥିଲେ, ସେମାନେ ମାଟିରେ ମିଶିଲେ । ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ୩ ସେନାର ଚକ୍ରବ୍ୟୂହରେ ଫସିଲେ, ବାହାରି ପାରିଲାନି ପାକିସ୍ତାନ ।

ଯେଉଁ ଅସ୍ତ୍ରକୁ ନେଇ ପାକିସ୍ତାନ ଗର୍ବ କରୁଥିଲା, ତାହା କାମ ଦେଲାନି । ଇଏ ହେଉଛି ନୂଆ ଭାରତ, ଏହା ହେଉଛି ଆମର ଶକ୍ତି । ଅପରେସନ ସିନ୍ଦୂର ଆମକୁ ୩ଟି ସୂତ୍ର ଦେଖାଇଛି । ଆତଙ୍କୀ ହମ୍‌ଲା ହେଲେ କଡ଼ା ଜବାବ ଦିଆଯିବ । ପରମାଣୁ ବୋମାର ବ୍ଲାକମେଲିଂକୁ ଖାତିର କରିବୁ ନାହିଁ । ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଦେଖିବୁ ନାହିଁ । ଆଗକୁ ଆତଙ୍କୀ କାର୍ଯ୍ୟ ହେଲେ ପାକିସ୍ତାନ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା