Masthead

ସୁରଙ୍କୁ ବିଜେଡିରେ ମିଶିବା ନେଇ ଆସିଥିଲା ଅଫର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଜଟଣୀର କଂଗ୍ରେସ ବିଧାୟକ ସୁର ରାଉରାୟ ବିଜେଡିରେ ମିଶିବା ନେଇ ଅଫର ଆସିଥିଲା । ତେବେ ଏହା ଏବେ ନୁହେଁ ଦୀର୍ଘ ୧୯ ବର୍ଷ ତଳେ । ଏ ନେଇ ସୁର ରାଉତ ରାୟ ନିଜେ କହିଛନ୍ତି । ପ୍ରଦୀପ ମାଝି କଂଗ୍ରେସ ଛାଡିବା ପରେ ସୁରରାଉତ ରାୟ ଏଭଳି ପ୍ରତିକ୍ରାୟା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ୧୯ ବର୍ଷ ତଳେ ବିଜେଡିରେ ମିଶିବା ନେଇ ଘରକୁ ଡାକି ତାଙ୍କୁ ଅଫର ଦେଇଥିଲେ ନିଜେ ନବୀନ ପଟ୍ଟନାୟକ । କିନ୍ତୁ ଜବାବରେ ସେ କହିଥିଲେ ମୁଁ ମରିବା ଯାଏଁ କଂଗ୍ରେସରେ ରହିବି ।

ତେବେ ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝିଙ୍କ ଉପରେ ବର୍ଷିଛନ୍ତି ସୁର । ସେ କହିଛନ୍ତି, ଯାହାର ପାୱାର ଓ ମନି ଦରକାର, ସେ ଗୋଟିଏ ଦଳରେ ସ୍ଥିର ରହିବ ପାରିବ ନାହିଁ । ପ୍ରଦୀପଙ୍କ ଇସ୍ତଫାରେ ଦଳର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି , ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବ ନାହିଁ । ସେ ଆହୁରି କହିଛନ୍ତି ଯେ କିଛି ସଦସ୍ୟଙ୍କୁ ସସପେଣ୍ଡ କରିବା ପୂର୍ବରୁ ସେମାନେ ନିଜେ ହିଁ ଦଳ ଛାଡି ପଳାଉଛନ୍ତି ।

ସୂଚନା ଅନୁଯାୟୀ, ପିସିସି କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଦୀପ ନିଜର ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ