Masthead

ନିର୍ମାଣ  କାର୍ଯ୍ୟରେ ମହାଦୁର୍ନୀତି

ବାଙ୍କୀ (ବଡ଼ ଖବର ): ନିର୍ମାଣ  କାର୍ଯ୍ୟରେ ମହାଦୁର୍ନୀତି । ଉଦଘାଟନର ୮ଦିନ ପରେ ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଦର୍ଶକ ଗ୍ୟାଲେରୀ । ଏବେ ଆଦିବାସୀ ହରିଜନ ଛାତ୍ରବାସର ସ୍ଥାୟୀତ୍ୱ ନେଇ ସନ୍ଦେହ ଉପୁଜିଲାଣି । ମାଟିରେ ମିଶିଲା ଦର୍ଶକ ଗ୍ୟାଲେରୀ । ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଖେଳପଡିଆରେ ଦର୍ଶକମାନଙ୍କ ପାଇଁ ନୂତନ ଗ୍ୟାଲେରୀ ନିର୍ମାଣ କରାଯାଇଥିଲା । କାର୍ୟ୍ୟ ସମ୍ପୂର୍ଣ୍ଣ ହେବା ପରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଉଚ୍ଚ ଶିକ୍ଷମନ୍ତ୍ରୀ ରୋହିତ ପୂଜାରୀ ମାର୍ଚ୍ଚ ୨୩ରେ ଉଦଘାଟନ କରିଥିଲେ । ୮ ଦିନ ଯାଇନି । ସାଧାରଣ ବର୍ଷାରେ ଗ୍ୟାଲେରୀ ମାଟିରେ ମିଶିଯାଇଛି ।

ସମ୍ବଲପୁରର ଜଣେ କଣ୍ଟ୍ରାକ୍ଟର ଏହି କାମ ନେଇଥିଲେ । ଏକ ସାଙ୍ଗରେ ଗ୍ୟାଲେରୀ ଓ ଆଦିବାସୀ ହରିଜନ ଛାତ୍ରବାସ କାର୍ଯ୍ୟ ହୋଇଥିଲା । ଗ୍ୟାଲେରୀ ମାଟିରେ ମିଶିଯାଇଥିବାରୁ ଛାତ୍ରାବାସର ସ୍ଥାୟୀତ୍ୱ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ନବନିର୍ମିତ ଗ୍ୟାଲେରୀ ପରି ଛାତ୍ରାବାସ କେତେବେଳେ ଭୁଶୁଡି ପଡିବ କହିହେଉ ନାହିଁ । କଲେଜକୁ ଏପର୍ୟ୍ୟନ୍ତ ଗ୍ୟାଲେରୀ ଓ ଛାତ୍ରାବାସ ହସ୍ତାନ୍ତର ହୋଇନାହିଁ । ଗ୍ୟାଲେରୀ ଓ ଛାତ୍ରାବାସକୁ ସମ୍ପୂର୍ଣ୍ଣ ଯାଞ୍ଚ କରି କଲେଜକୁ ହସ୍ତାନ୍ତର କରିବା ଜରୁରୀ ହୋଇପଡିଛି  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ