Masthead

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଗାମୀ ଜୁନ୍‌-୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍‌ ଖେଳିବ ଟିମ୍‌ ଇଣ୍ଡିଆ । ତେବେ ଦୀର୍ଘ ସମୟର ଚର୍ଚ୍ଚା ଆଲୋଚନା ପରେ ବି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳ ଉପ-ଅଧିନାୟକ ପଦରେ ରଖିଛି । ଏହାସହ ଶିଭମ ଦୁବେଙ୍କୁ ମଧ୍ୟ ବିଶ୍ୱକପ୍ ଦଳରେ ସ୍ଥାନ ମିଳିଛି ।

ସେହିପରି ବ୍ୟାଟିଂରେ ରୋହିତ ଶର୍ମାଙ୍କ ସହିତ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ୟ୍ୟ କୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ ରହିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ସ୍ଥାନ ପାଇଛନ୍ତି । ସେହିପରି ବୋଲିଂରେ କୁଲଦୀପ ଯାଦବଙ୍କ ସହ ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କୁ ଦଳରେ ସ୍ଥାନ ମିଳିଛି । ଏହାବାଦ୍ ଶୁଭମନ୍ ଗିଲ, ରିଙ୍କୁ ସିଂ, ଖଲୀଲ ଅହମ୍ମଦ ଏବଂ ଆଭେସ ଖାନଙ୍କୁ ଷ୍ଟାଣ୍ଡ ବାଏ ଖେଳାଳି ଲିଷ୍ଟରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି