Masthead

ଉତ୍କଳ ଦିବସରେ ବି ଆନ୍ଧ୍ରର ଦାଦାଗିରି, ଆମେ ଆଉ କେବେ ଚେତିବା?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗଲା କିଛି ବର୍ଷ ହେଲା ଓଡ଼ିଶା ସୀମାରେ ଆନ୍ଧ୍ର ଦାଦାଗିରି କରୁଛି । ଏ ସମ୍ପର୍କରେ ‘ବଡ଼ ଖବର’ ଜନ୍ମ ହେବା ଦିନ ଠାରୁ ସ୍ୱର ଉଠାଇ ଆସୁଛି । ଓଡ଼ିଶାର ନାଗରିକମାନଙ୍କୁ ଆନ୍ଧ୍ରର ଦାଦାଗିରି ସମ୍ପର୍କରେ ଖବର ମାଧ୍ୟମରେ ଜଣାଉଛି ଓ ସଚେତନ ମଧ୍ୟ କରୁଛି । ତେବେ ଏ ସମ୍ପର୍କରେ ଓଡ଼ିଶା ଯେତିକି ଗମ୍ଭୀରତାର ସହ ପଦକ୍ଷେପ ନେବା କଥା ତାହା ନେଇପାରିନାହିଁ । ସେଥିପାଇଁ ଆନ୍ଧ୍ରର ଦାଦାଗିରି ଓ ମନୋବଳ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ସ୍ଥିତି ଏଭଳି ହୋଇଛି ଉତ୍କଳ ଦିବସ ଭଳି ଦିନରେ ବି ଓଡ଼ିଶା ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଆନ୍ଧ୍ର ପଛାଉନାହିଁ । ଆନ୍ଧ୍ର ଅଧିକାରୀଙ୍କ ପାଖରେ ଖବର ଅଛି ଆଜି ଉତ୍କଳ ଦିବସ ବା ଓଡ଼ିଶା ପ୍ରତିଷ୍ଠା ଦିବସ । ଏପରିକି ଜଣେ କେନ୍ଦ୍ରମନ୍ତ୍ରୀ ସେଠାରେ ଉତ୍କଳ ଦିବସ ପାଳନ କରିବାକୁ ଆସିଛନ୍ତି । ତାହା ସତ୍ତ୍ୱେ ସେମାନଙ୍କ ସାହସକୁ ଦେଖନ୍ତୁ, ଏଭଳି ଦିନରେ ବି ଓଡ଼ିଶା ସୀମା ଭିତରେ ପଶି ଦାଦାଗିରି କରିବାକୁ ଚାହୁଁଛନ୍ତି । ଯାହା ଦର୍ଶାଉଛି କୋଟିଆରେ ସ୍ଥିତି ସଙ୍ଗୀନ ହୋଇଛି । କୋଟିଆରେ ଓଡ଼ିଶାର ସ୍ଥିତି ଦୁର୍ବଳ କରିବାକୁ ଆନ୍ଧ୍ର ଲଗାତାର ଚେଷ୍ଟା ଜାରି ରଖିଛି ।

 ଆନ୍ଧ୍ରର ଦାଦାଗିରିକୁ ହାଲକାରେ ନିଆଯାଇପାରିବ ନାହିଁ । ଏହା ଭବିଷ୍ୟତ ପାଇଁ ଏକ ସତର୍କ ଘଣ୍ଟି । ଏବେଠୁ ଯଦି ଓଡ଼ିଶା ସଜାଗ ନହେବ, ଆନ୍ଧ୍ରକୁ ମୁହଁତୋଡ଼ ଜବାବ ନଦେବ, ଆଉ ନିଜ ସୀମାକୁ ସୁରକ୍ଷା ନ କରିବ, ତାହାହେଲେ ନେଡ଼ି ଗୁଡ଼ କହୁଣୀକୁ ବୋହିଯିବ । ପ୍ରଥମ ଦିନରୁ ‘ବଡ଼ ଖବର’ ଏହି କଥା କହି ଆସୁଛି ।

 ଉତ୍କଳ ଦିବସ ଭଳି ଦିନରେ ବି ଖବର ମାଧ୍ୟମରେ ରାଜ୍ୟବାସୀଙ୍କୁ ଆମେ ଆହ୍ୱାନ ଦେବା ପାଇଁ ଚାହୁଁଛୁ । ଆମ ସୀମାକୁ ସୁରକ୍ଷା ଦେବାକୁ ହେବ । ପଡ଼ୋଶୀ ରାଜ୍ୟର ମନମାନିକୁ ବରଦାସ୍ତ କରାଯିବ ନାହିଁ । ପୂର୍ବରୁ ଅଖଣ୍ଡ ଓଡ଼ିଶା ଖଣ୍ଡବିଖଣ୍ଡିତ ହୋଇସାରିଛି । ଷଢ଼େଇକଳା, ଖରସୁଆଁ ଭଳି ଓଡ଼ିଶାର ଅଭିନ୍ନ ଅଙ୍ଗ ପଡ଼ୋଶୀ ହାତକୁ ଯାଇସାରିଛି । ଆଉ ଓଡ଼ିଶାର ଅଧିକ କ୍ଷତି ନହେଉ । ଆମେ ଯଦି ଆମ ସୀମାକୁ ସୁରକ୍ଷା ଦେଇ ନପାରିବା ଆମ ପରପିଢ଼ି କେବେବି ଆମକୁ କ୍ଷମା କରିବେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ