Masthead

କଡ଼େଇ ସାଜିଲା ସବାରୀ

ଥିରୁଅନନ୍ତପୁରମ (ବଡ଼ ଖବର ବ୍ୟୁରୋ): କେରଳରେ ଭୟଙ୍କର ହେଉଛି ପରିସ୍ଥିତି । ବିପର୍ୟ୍ୟୟ ସୃଷ୍ଟି କରିଛି ବର୍ଷା । ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଙ୍କେତ ଟପିଛି । ଯେଉଁକାରଣରୁ ରାଜ୍ୟରେ ୧ଟି ଡ୍ୟାମ ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଏପରି ହୋଇଛି ଯେ, ବଡ଼ ବଡ଼ କୋଠା ଗୁଡ଼ିକ ପାଣିରେ ଭାସିଯାଉଥିବାର ଦେଖିବାକୁ ମିଳିଛି । କିନ୍ତୁ ଏହି ସ୍ଥିତିରେ ଜଣେ ବର ଓ କନ୍ୟା ବିବାହ ମଣ୍ଡପରେ ପହଞ୍ଚି ବିବାହ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

Monsoon Wedding! In Kerala, the bride and groom arrive in the hall filled  with cooking utensils for the wedding - Bharat Times English News

ବନ୍ୟାରେ ରାସ୍ତାଘାଟ ଠାରୁ ଆରମ୍ଭ କରି ଚାରିଆଡ଼େ ଜଳମଗ୍ନ । କିନ୍ତୁ ସବୁ ବାଧାବିଗକନକୁ ଏଡ଼ାଇ ସୋମବାର ଉଭୟ ବର ଓ କନ୍ୟା ଏକ ବିଶାଳ ଆଲୁମିନିୟମ୍‌ ରୋଷେଇ କଡ଼େଇରେ ବସି ବନ୍ୟାଜଳରେ ବୁଡ଼ିଥିବା ରାସ୍ତା ପାର ହୋଇ ବିବାହ ମଣ୍ଡପରେ ପହଞ୍ଚିଛନ୍ତି । ନିକଟସ୍ଥ ଏକ ମନ୍ଦିରକୁ ଲାଗି ଥିବା ଥାଲାବାଡି ସ୍ଥିତ ମଣ୍ଡପରେ ସେମାନଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ତେବେ ମଣ୍ଡପ ମଧ୍ୟ ବର୍ଷା ଜଳରେ ବୁଡ଼ି ରହିଥିଲା । ରୋଷେଇ କଡ଼େଇ ସାହାଯ୍ୟରେ ବର କନ୍ୟା ସେଠାରେ ପହଞ୍ଚିବା ପରେ ଅଳ୍ପ କେତେଜଣ ପରିଜନଙ୍କ ଉପସ୍ଥିତିରେ ପରସ୍ପରକୁ ବିବାହ କରିଛନ୍ତି ।

Kerala floods: Couple sail to wedding in large cooking pot

ଏହି ଦମ୍ପତିଙ୍କ ନାଁ ଆକାଶ ଓ ଐଶ୍ୱର୍ୟା । ଟିଭି ଚ୍ୟାନେଲ୍‌ ଗୁଡ଼ିକରେ ଉଭୟଙ୍କର କଡ଼େଇରେ ବସି ବନ୍ୟା ପ୍ଲାବିତ ରାସ୍ତାରେ ଯିବାର ଦୃଶ୍ୟ ଦେଖିବାକୁ ମିଳୁଛି । ବନ୍ୟା ଜଳ ସ୍ତର ବୃଦ୍ଧି ଜନିତ ଖବର ପ୍ରସାରଣ ପାଇଁ ରିପୋର୍ଟରମାନେ ଉକ୍ତ ଜିଲ୍ଲାରେ ଉପସ୍ଥିତ ଥିଲେ । ଆକାଶ ଓ ଐଶ୍ୱର୍ୟା ଚେନଗନ୍ନୁର ସ୍ଥିତ ଏକ ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା