Masthead

ଆତ୍ମସମର୍ପଣ କଲେ ବହୁ ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି

କୋରେଇ(ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତିଙ୍କ ଆତ୍ମସମର୍ପଣ । ଯାଜପୁର ରୋଡ଼ ରେଞ୍ଜ ଅଫିସରେ ଆତ୍ମସମର୍ପଣ କଲେ ଉଭୟ ଦମ୍ପତି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲଙ୍ଘନ ଅଭିଯୋଗରେ ତିନି ଦିନ ତଳେ ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ରଙ୍କ ଘରେ ଚଢ଼ାଉ ହୋଇଥିଲା । ବନ୍ୟଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରିବା ଘଟଣାରେ ଉଭୟ ଦମ୍ପତିଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ ।

ଗତ ରବିବାର ଯାଜପୁର ସଦର ଥାନା ବେରୁଦା ପଞ୍ଚାୟତ ଜହଳ ଗ୍ରାମର ମୋନାଲିସା ଭଦ୍ର ଓ ବଦ୍ରି ନାରାୟଣ ଭଦ୍ରଙ୍କ ଘରେ ଚଢ଼ାଉ ବନ ବିଭାଗ କରିଥିଲା । ସେ ନିଜ ଘରେ ମାଙ୍କଡ ରଖିବା ସହ ସୋସିଆଲ ମିଡିଆରେ ବନ୍ୟ ଜନ୍ତୁଙ୍କ ସହ ବିଭିନ୍ନ ଫଟୋ ପୋଷ୍ଟ କରୁଥିଲେ। ଏନେଇ ତାଙ୍କୁ ବାରମ୍ବାର ତାଗିତ କରା ଯିବା ସହ ସେ ବନବିଭାଗ ଅଧିକାରୀଙ୍କ ତାଗିଦକୁ ଏଡାଇ ବାରମ୍ବାର ସେହି ଭୁଲ ଦୋହରାଇବା ସହ ବନ୍ୟଜନ୍ତୁଙ୍କୁ ନେଇ ରାଜ୍ୟ ବାହାରକୁ ପଠାଇଥିବା ବନ ବିଭାଗ କହିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଦମ୍ପତି ଦ୍ୱୟ ଆତ୍ମସମର୍ପଣ କରିଥିବା ବେଳେ ଆଜି ତାଙ୍କୁ ଯାଜପୁର କୋର୍ଟରେ ହାଜର କରାଯିବ ବୋଲି ଯାଜପୁର ରୋଡ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା