Masthead

ଟିକାକରଣ ନିୟମରେ ପରିବର୍ତ୍ତନ, ସିଧା ଟିକାକରଣ କେନ୍ଦ୍ରରେ କରିପାରିବେ ପଞ୍ଜିକରଣ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ କରେନାର ଦ୍ୱିତୀୟ ଲହର କମୁଛି । କରାନା ବିରୋଧରେ ଟିକାକରଣ ବି ଜାରି ରହିଛି । ତେଣୁ ସମସ୍ତଙ୍କ ପାଖରେ ଟିକା ପହଞ୍ଚାଇବାକୁ ଅଭିଯାନ ଚଳାଇଛନ୍ତି ସରକାର । ତେବେ ଏବେ ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକମାନଙ୍କ ସୁବିଧା ପାଇଁ ଟିକାକରଣ ପାଇଁ କୋ-ୱିନ କିମ୍ବା ଅନ୍ୟ ଆପ୍ ମାଧ୍ୟମରେ ହେଉଥିବା ବାଧ୍ୟତାମୂଳକ ପଞ୍ଜିକରଣ ନିୟମକୁ ବଦଳାଇଛନ୍ତି । ସରକାରଙ୍କ ନୂଆ ନିୟମ ମୁତାବକ କୌଣସି ବ୍ୟକ୍ତି ସିଧା ଟିକାକରଣକେନ୍ଦ୍ର ଯାଇ ସେହିଠାରେ ପଞ୍ଜିକରଣ କରି ଟିକା ନେଇ ପାରିବ । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି କି, ଆଶା କର୍ମୀମାନେ ସମସ୍ତ ଗ୍ରାମୀଣ ଅଞ୍ଚଳ ଓ ଅପହଂଚ ଇଲାକାରେ ପହଂଚି ଲୋକମାନଙ୍କ ଅନ ସାଇଟ୍ ପଞ୍ଜିକରଣ ବାବାଦରେ ସଚେତନ କରାଇବେ ।

କହିରଖୁ କି ଟିକା ନେବାକୁ ଆଗ୍ରହୀ ଥିବା ଅନେକ ଲୋକ ଅନଲାଇନ ପଞ୍ଜିକରଣ ବାବଦରେ ଜାଣି ନଥିବାରୁ ସେମାନେ ପଞ୍ଜିକରଣ କରିପାରୁ ନାହାନ୍ତି ଓ ଟିକା ନେବାରୁ ବଞ୍ଚିତ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ମୁତାବକ ଜୁନ ୧୩ ତାରିଖ ସୁଦ୍ଧା କୋ-ୱିନ୍ ଆପରେ ହୋଇଥିବା ମୋଟ ୨୮.୩୦ କୋଟି ପଞ୍ଜିକରଣରୁ ଅନ ସାଇଟ୍ ରେ ୧୬.୪୫ କୋଟି ଲୋକ ପଞ୍ଜିକରଣ କରିଛନ୍ତି । ଦେଶରେ କରୋନା ଟିକାକରଣ ଅଭିଯାନ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏପର୍ୟ୍ୟନ୍ତ ୨୬ କୋଟିରୁ ଅଧିକ ଲୋକ ଟିକା ନେଇ ସାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ