Masthead

ଦୁଷ୍କର୍ମ ଅଭିଯୁକ୍ତକୁ ଜୋତାମାଳ

କାକଟପୁର (ବଡ଼ ଖବର ବ୍ୟୁରୋ): କାକଟପୁର କଙ୍ଗାରୁ କୋର୍ଟ । ଦୁର୍ଷ୍କମ ଅଭିଯୋଗରେ ଯୁବକର ହାତ ବାନ୍ଧି ଗାଁ ବୁଳାଇଲେ ଲୋକେ । ମାଡ ମାରିବା ସହ ଗାଁ ଦାଣ୍ଡରେ ବାନ୍ଧିଥିଲେ ଗାଁ ଲୋକେ । ଅଭିଯୁକ୍ତ ଆଗରୁ ଦୁଇ ତିନି ଥର ଜେଲ ଯାଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଗାଁର ଜନୈକା ମହିଳାଙ୍କ ଘରେ ପଶିଥିଲେ ।  ମହିଳାଙ୍କୁ ବଳତ୍କାର ଉଦ୍ୟମ କରିଥିଲେ । ଉକ୍ତ ମହିଳା ଜଣଙ୍କ ବଳତ୍କାର ବେଳେ ପାଟି କରିଥିଲେ । ମହିଳାଙ୍କ ପାଟି ଶୁଣି ଗାଁ ଲୋକେ ଅଭିଯୁକ୍ତ ପ୍ରଶାନ୍ତ ନାଥକୁ ଧରିଥିଲେ ।

କିଛି ଲୋକ ଯୁବକ ଧରିବା ସହ ବାନ୍ଧି ମାଡ ମାରିଥିଲେ । ପରେ ଚପଲ ମାଳ ପକାଇ ଗାଁରେ ବୁଲାଇଥିଲେ । କାକଟପୁର ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କାକଟପୁର ଥାନାକୁ ନେଇ ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କାକଟପୁର ଆଇଆଇସି ସୁଶାନ୍ତ କୁମାର ସାହୁ କହିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ପ୍ରଶାନ୍ତ ଏପରି କାଣ୍ଡ ବାରମ୍ବାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ