Masthead

ଧୋନୀ ଏବେ ବି ଫିଟ ଅଛନ୍ତି : ୱାଟସନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବିଶ୍ୱର ସବୁଠାରୁ ବଡ ତଥା ଧନୀ କ୍ରିକେଟ୍ ଲିଗ ଆଇପିଏଲର ୧୬ ତମ ସସ୍କରଣ ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର ୧୦ ଦିନ ପରେ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ । ଚଳିତ ସିଜିନ୍ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଐତିହାସିକ ସିଜିନ ହେବାକୁ ଯାଉଥିବାବେଳେ, ଏହି ସିଜିନ୍ ତାଙ୍କ ଆଇପିଏଲ୍ କ୍ୟାରିୟରର ଶେଷ ସିଜିନ୍ ହୋଇପାରେ ବୋଲି ମଧ୍ୟ ଆଲୋଚନା କରାଯାଉଛି । ତେବେ ଏହାରି ଭିତରେ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ସେନ୍ ଓ୍ୱାଟସନ ମହେନ୍ଦ୍ର ସିଂ ଧୋନୀଙ୍କ ଆଇପିଏଲ୍ କ୍ୟାରିୟରକୁ ନେଇ ବଡ ବୟାନ ଦେଇଛନ୍ତି ।

ଦୋହାରେ ଲିଜେଣ୍ଡ ଲିଗ୍ କ୍ରିକେଟ୍ ଖେଳୁଥିବା ୱାଟସନ କହିଛନ୍ତି ଧୋନୀ ଏତେ ଫିଟ୍ ଅଛନ୍ତି ଯେ, ସେ ଆଗାମୀ ୩ରୁ ୪ଟି ଆଇପିଏଲ୍ ସିଜିନ୍ ଖେଳିପାରିବେ । ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ବାଇଟ୍ ଦେଇ ସେ କହିଛନ୍ତି, “ମୁଁ ଶୁଣୁଛି ଏ ବର୍ଷ ଆଇପିଏଲ୍ ଧୋନୀଙ୍କ ଶେଷ ଆଇପିଏଲ୍ ହୋଇପାରେ, ହେଲେ ମୋତେ ସେମିତି ଲାଗୁନି । ଧୋନୀ ଏବେ ବି ବହୁତ ଫିଟ୍ ଅଛନ୍ତି । ଆଗାମୀ ୩-୪ ବର୍ଷ ପର୍ଯ୍ୟନ୍ତ ସେ ଖେଳ ଜାରି ରଖିପାରିବେ । ତାଙ୍କ କ୍ୟାପଟେନ୍ସି ମଧ୍ୟ ଶାନଦାର୍ ରହିଛି ।

ଗ୍ରାଉଣ୍ଡ ଉପରେ ତାଙ୍କର ଚାଲାକି ହିଁ, ତାଙ୍କ ସଫଳତା ପଛର କାରଣ ।” ସୂଚନାଯୋଗ୍ୟ ଯେ, ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଏଥିପାଇଁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ପ୍ରସ୍ତୁତି ଚଳାଇଛନ୍ତି । ଏଥର ମଧ୍ୟ ଧୋନୀ ସିଏସକେର ନେତୃତ୍ୱ ନେବେ । ଚଳିତ ବର୍ଷ ଖେଳ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପରକିଂସର ଖେଳାଳିମାନେ ନେଟ ପ୍ରାକ୍ଟିସ କରୁଥିବାର ନଜର ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ