Masthead

ଆଗକୁ ପିପିଲି ଉପନିର୍ବାଚନ: ପାଗ ଭିଡ଼ିଲାଣି କଂଗ୍ରେସ

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଉପନିର୍ଵାଚନ ପୂର୍ଵରୁ ପାଗ ଭିଡ଼ିଲାଣି କଂଗ୍ରେସ । ଗତ ସାଧାରଣ ନିର୍ଵାଚନ ପରେ ପ୍ରଥମ ଥର ଲାଗି କଂଗ୍ରେସ ଏକଜୁଟ ହୋଇ ପିପିଲି ଇନ୍ଦିରା ମଇଦାନରେ ବୈଠକ କରି ନିଜଦଳକୁ ସଙ୍ଗଠିତ କରିବାକୁ ଚେଷ୍ଟା ଆରମ୍ଭ କରିଛି । ଗତ ସାଧାରଣ ନିର୍ଵାଚନରେ କଂଗ୍ରେସ ପରାଜୟର କାରଣ ଖୋଜିବା ସହିତ ଦଳର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଛି । ପିପିଲିରେ ବର୍ଷବର୍ଷ ଧରି କଂଗ୍ରେସର ମଙ୍ଗୁଅ।ଳ ଥିବା ଯୁଧୀଷ୍ଠିର ଶେଷ ସମୟରେ କଂଗ୍ରେସ ଟିକେଟ ଫେରାଇ ଦେବା ଓ ନିର୍ଵାଚନ ସମୟରେ ତାଙ୍କ ନିରବତା କଂଗ୍ରେସକୁ କ୍ଷତି ନେଇ ବୈଠକରେ ଅ।ଲୋଚନା କରାଯାଇଥିଲା ।

ଅ।ସନ୍ତା ପିପିଲି ଉପନିର୍ଵାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ନେଇ ଅ।ଲୋଚନା ହୋଇଥିଲା। ଅ।ୟୋଜିତ ବୈଠକରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ, କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ମହିଳା କଂଗ୍ରେସ ନେତ୍ରୀ ନିରୁପମା ପାତ୍ର ଓ କଂଗ୍ରେସ ନେତା ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁଙ୍କ ସମେତ ପିପିଲି ଓ ଡେଲାଙ୍ଗ ବ୍ଲକର ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଦଳକୁ ସଙ୍ଗଠିତ କରିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳୀୟ ନେତାମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା