Masthead

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୁଣ୍ଡ ନେଇଛି କରୋନା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କମୁନି କରୋନା । ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ପ୍ରତିଦିନ କରୋନାରେ ଗଢ଼ୁଛି ମୁଣ୍ଡ । ୨୪ଘଣ୍ଟାରେ ରାଜ୍ୟରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ୧୬ ମୃତକଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରୁ ସର୍ବଧିକ ୪ଜଣ, କଳାହାଣ୍ଡି ଓ ଖୋର୍ଦ୍ଧାରୁ ୩, ନୂଆପଡ଼ାରୁ ୨, ଭଦ୍ରକ ଓ କଟକରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୬୮କୁ ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ୧୯୦୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧୧୫ ଜଣ କ୍ୱାରେନଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୭୮୯ ଲୋକାଲ କେସ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧, ନୂଆପଡ଼ାରୁ ୧୨୮, କଟକରୁ ୧୧୧, ଅନୁଗୁଳରୁ ୧୦୯, କେନ୍ଦ୍ରାପଡ଼ାରୁ ୧୦୬, ସୁନ୍ଦରଗଡ଼ରୁ ୧୦୦, ମୟୂରଭଞ୍ଜରୁ ୯୩, ବାଲେଶ୍ୱରରୁ ୯୦, କଳାହାଣ୍ଡିରୁ ୭୬, ଜଗତସିଂହପୁର ଓ ସୁବର୍ଣ୍ଣପୁରରୁ ୬୩, ବଲାଙ୍ଗୀରରୁ ୬୬, କେନ୍ଦୁଝରରୁ ୫୬, ଝାରସୁଗୁଡ଼ାରୁ ୫୧, ଢ଼େଙ୍କାନାଳରୁ ୫୦, ପୁରୀ ଓ ଯାଜପୁରରୁ ୪୯, ସମ୍ବଲପୁରରୁ ୪୪, ନବରଙ୍ଗପୁରରୁ ୪୩, ଗଞ୍ଜାମରୁ ୩୯, କୋରାପୁଟରୁ ୩୬, ନୟାଗଡ଼ରୁ ୩୨, ବରଗଡ଼ରୁ ୩୫, ମାଲକାନଗିରିରୁ ୩୦, ବୌଦ୍ଧରୁ ୨୪, ଦେବଗଡ଼ରୁ ୨୧, ଭଦ୍ରକରୁ ୧୯, କନ୍ଧମାଳରୁ ୧୮, ରାୟଗଡ଼ାରୁ ୧୭ ଓ ଗପ୍ତିରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ୨୫୦କୁ ବୃଦ୍ଧି ପାଇଛି । ମୋଟ୍ ୨,୪୯,୫୭୫ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ ୨୧,୪୫୪ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ