Masthead

କୋଭିଡ଼ ନିୟମ ଭାଙ୍ଗିଲା ବସ୍

ଖଇରା,(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ସାରା ଦେଶରେ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା। କରୋନାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମ ଏବଂ ଜନପ୍ରତିନିଧିଙ୍କ ଦ୍ୱାରା ଜନସାଧାରଣ ମାନଙ୍କୁ ସଚେତନତା କରୁଛନ୍ତି। ମୁଖ୍ୟତଃ ସାମାଜିକ ଦୂରତା ରକ୍ଷାକରିବା ଏବଂ ସର୍ବଦା ମୁହଁରେ ମାସ୍କ ପିନ୍ଧିବା ପାଇଁ ସରକାର ବାରମ୍ବାର ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି। ରାଜ୍ୟରେ କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କୋଭିଡ଼ ନିୟମ ପାଳନ କରି ବସ୍ ଚଳାଚଳକୁ ସ୍ୱଭାବିକ କରିଛନ୍ତି । ହେଲେ ଏହି ନିୟମକୁ ଉଲଙ୍ଘନ କରି ବସ୍ ଚଳାଚଳ ହେଉଥିବା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ। ବସରେ ଯେତେସମ୍ଭବ ଅଳ୍ପ ସଂଖ୍ୟକ ଲୋକମାନଙ୍କୁ ନେଇ ସମସ୍ତ କୋଭିଡ଼ ଗାଇଡ଼ ଲାଇନକୁ ପାଳନ କରି ବସ ଚଳାଚଳ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଦେଇଥିଲେ ମଧ୍ୟ ଖଇରା ଠାରେ ଏହାର ଖୁଲମଖୁଲା ଉଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି ।

ଏଥିପ୍ରତି ପ୍ରସାଶନ ମଧ୍ୟ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳିଛି। ଖଇରା ବ୍ଲକ କୁପାରୀରୁ ବାଲେଶ୍ୱରକୁ ପ୍ରତ୍ୟକଦିନ ୧୦ରୁ ଉର୍ଦ୍ଦ ବସ୍ ଚଳାଚଳ କରୁଛି। ହେଲେ ଏହି ବସ ଗୁଡିକ କୋଭିଡ୍ ନିୟମକୁ ଉଲଙ୍ଘନ କରି ବସରେ ଥିବା ସିଟରୁ ଅଧିକ ଯାତ୍ରୀ ଭିଡ଼ ନେଉଥିବା ସହିତ ଯାତ୍ରୀମାନେ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି। ପୋଲିସ୍ ବଜାରରେ ଭିଡ଼ ଜମାଇଲେ କିମ୍ବା ମାସ୍କ ପିନ୍ଧିନଥିଲେ ସାଧାରଣ ଜନତାଙ୍କ ଠାରୁ ଫାଇନ୍ ଆଦାୟ କରୁଥିବାବେଳେ କୋଭିଡ୍ ନିୟମ ଭାଙ୍ଗି ବସ୍ ଚଳାଚଳ ହେଉଥିଲେ ମଧ୍ୟ ଏଥି ପ୍ରତି ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହୋଇଛି। ଅନ୍ୟପଟେ ଖଇରା ଅଞ୍ଚଳରେ ପ୍ରତ୍ୟକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବଢ଼ିବାରେ ଲାଗିଥିବାବେଳେ ବସରେ ଶତାଧିକ ଲୋକେ ଭିଡ଼ ଜମାଇ ଯାତ୍ରାକରୁଥିବା ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରଶାସନ ଏହାକୁ ଦୃଷ୍ଟିଦେଇ କୋଭିଡ୍ ନିୟମକୁ ଉଲଙ୍ଘନ କରି ବସ୍ ଚଳାଉଥିବା ମାଲିକଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ