Masthead

ଗାଁରେ ଇଣ୍ଟରନେଟ ନାହିଁ, ଟିକା ମିଳିବ କେମିତି?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ୧୮ରୁ ଅଧିକ ବୟସ ବର୍ଗଙ୍କ  ଟିକାକରଣ ଚାଲିଛି । ଟିକାକରଣ ପାଇଁ ସର୍ତ୍ତ ରଖାଯାଇଛି ଯେ କୋୱିନ ବା ଆରୋଗ୍ୟ ସେତୁ ଆପ ମାଧ୍ୟମରେ ପଞ୍ଜିକରଣ କରାଯିବ । ଅର୍ଥାତ ଅନଲାଇନରେ ପଞ୍ଜିକରଣ କରି ଟିକା ନିଆଯାଇପାରିବ । ଏଥିରେ ଅଫଲାଇନ ପଞ୍ଜିକରଣର କୌଣସି ବ୍ୟବସ୍ଥା ନାହିଁ । ତେବେ ଯଦି ଓଡ଼ିଶା କଥା ଦେଖିବା ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏକ ତଥ୍ୟ ରଖିଥିଲେ ଯାହାକୁ ନେଇ କିଛି ପ୍ରଶ୍ନ ଉଠୁଛି । ସେ କହିଥିଲେ ଓଡ଼ିଶାରେ ୬ହଜାରରୁ ଅଧିକ ଏପରି ଗ୍ରାମ ରହିଛି ଯେଉଁଠାରେ ମୋବାଇଲ ନେଟୱର୍କ ସେବା ଏପର୍ଯ୍ୟନ୍ତ ପହଞ୍ଚିପାରିନି । ଅର୍ଥାତ ସେଠାରେ ଇଣ୍ଟରନେଟ ସେବା ମଧ୍ୟ ପହଞ୍ଚିନି ।

ସେପଟେ କେବଳ ସହରାଞ୍ଚଳରେ ନୁହେଁ ଗ୍ରାମାଞ୍ଚଳ ମାନଙ୍କରେ ବି ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ପ୍ରବେଶ କରି ସାରିଛି ମହାମାରୀ । ଏପରି କ୍ଷେତ୍ରରେ ସେଠାକାର ଟିକାକରଣକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଯେଉଁ ସ୍ଥାନକୁ ମୋବାଇଲ ନେଟୱାର୍କ ହିଁ ଯାଇନି ସେଠାରେ ଲୋକମାନେ କିପରି ଅନଲାଇନ ପଞ୍ଜିକରଣ କରିବେ? ସେହିପରି ଅନେକ ଗ୍ରାମାଞ୍ଚଳ ରହିଛି ଯେଉଁଠାରେ କିଛି ଲୋକ ଅନଲାଇନ ପଞ୍ଜିକରଣ କରିବା ଜାଣିନାହାନ୍ତି । ସେମାନଙ୍କ ଟିକାକରଣର ବ୍ୟବସ୍ଥା କିପରି କରାଯିବ? ତେବେ ଏହି ଅଞ୍ଚଳରେ ଅଫଲାଇନ ପଞ୍ଜିକରଣର ସୁବିଧା କେବେ ଯୋଗାଇବେ ସରକାର? ଟିକାକରଣରେ ଉପୁଜିଥିବା ଏହି ବଡ଼ ସମସ୍ୟାର ସମାଧାନ ପାଇଁ କି ବ୍ୟବସ୍ଥା କରିଛନ୍ତି ସରକାର?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା