ରାଜ୍ୟରେ ପହଞ୍ଚିଲା କୋଭିସିଲ୍ଡ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପହଞ୍ଚିଲା ୨ଲକ୍ଷ ୨୭ହଜାର ୭୫୦ଡୋଜ କୋଭିସିଲ୍ଡ । ରାଜ୍ୟରେ ବ୍ୟାପକ ହେବ ଟିକାକରଣ ପ୍ରକ୍ରିୟା । ୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଦିଆଯିବ ଟିକା । ରାଜ୍ୟରେ ୨ଲକ୍ଷ ୨୭ହଜାର ୭୫୦ଡୋଜ କୋଭିସିଲ୍ଡ ଟିକା ପହଞ୍ଚିଥିବା ବେଳେ ଜିଲ୍ଲାପାଳ, ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଜୁନ ମାସରେ ୨୨ଜିଲ୍ଲା ମୁଖ୍ୟାଳୟରେ ଟିକାକରଣ କରାଯିବ ।

ଜୁନ ମାସରେ ଯୁବ ବର୍ଗଙ୍କୁ ଗୁରୁତ୍ୱ ଦିଆଯିବ । ଏଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତୃତୀୟ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଓ ୬ଟି ଜିଲ୍ଲା ହେଡକ୍ୱାଟରରେ ମେ ମାସରୁ ୧୮ରୁ ୪୪ବର୍ଷ ବର୍ଗଙ୍କୁ ଟିକାକରଣ ଆରମ୍ଭ ହୋଇଛି । ୨୨ଜିଲ୍ଲା ମୁଖ୍ୟାଳୟରେ ଯୁବ ବର୍ଗର ଟିକାକରଣ ସଂପ୍ରସାରଣ ପାଇଁ ଅନୁମତି ଦେଇଛନ୍ତି ସରକାର । ଜୁନ ମାସରେ ୩ଟି ପର୍ଯ୍ୟାୟରେ ରାଜ୍ୟକୁ ୬ ଲକ୍ଷ ୪୫ ହଜାର ୭୯୦ ଡୋଜ୍ କୋଭିସିଲ୍ଡ ଟିକା ଆସିବ ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର । ପ୍ରଥମ ଡୋଜ୍ ଟିକାକରଣ ପାଇଁ ଜିଲ୍ଲାଗୁଡିକ ମଧ୍ୟରେ ଏହାକୁ ବାଣ୍ଟି ଦିଆଯିବ । ୧୮ରୁ ୪୪ ବର୍ଷ ବର୍ଗରେ ଥିବା ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍, ଯେଉଁମାନେ ବିଦେଶ ଯିବାକୁ ଅପେକ୍ଷା କରିଥିବେ, ସେମାନଙ୍କୁ ଟିକାକରଣରେ ପ୍ରାଥମିକତା ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ