Masthead

୧୪ ଦଫା ଦାବି ନେଇ ଆଜି ସିପିଆଇର ବିକ୍ଷୋଭ

ଗୁଣୁପୁର, (ବଡ଼ ଖବର ବ୍ୟୁରୋ): ୧୪ ଦଫା ଦାବି ନେଇ ଆଜି ସିପିଆଇ ଏମ୍ଏଲ୍ ଲିବରେସନ ଓ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ରାୟଗଡ଼ା ଜିଲ୍ଲା ଗୁଣୁପୁରଠାରେ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତାରୋକ କରାଯାଇଛି। ନୂଆ ବସଷ୍ଟାଣ୍ଡଠାରୁ ଶୋଭାଯାତ୍ରା ବାହାରି ବାଇପାସ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ପ୍ରାୟ ଘଣ୍ଟାଏ ପର୍ୟ୍ୟନ୍ତ ରାସ୍ତାରୋକ କରାଯାଇଥିଲା। ବହୁ ପୁରୁଷ, ମହିଳା ହାତରେ ନାଲି ରଙ୍ଗର ପତାକା ଧରି ଶୋଭାଯାତ୍ରାରେ ସାମିଲ ହେବା ସହ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାରେ ବସିରହିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦାଳନକାରୀଙ୍କୁ ରାସ୍ତାରୁ ଉଠାଇଥିଲା। କୃଷି ଋଣ ଛାଡ଼, ସଂଶୋଧିତ କୃଷି ଆଇନକୁ ବାତିଲ କରିବା, ପ୍ରାକୃତିକ ବିପର୍ୟ୍ୟୟରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଏମଜିଏନଆରଇଜିଏ କାର୍ୟ୍ୟରେ ଦୁଇ ଶହ ଦିନ କାର୍ୟ୍ୟ ଯୋଗାଇଦେବା, ଆଦିବାସୀଙ୍କୁ ଜଙ୍ଗଲ ଜମି ଓ ଜଳ ଅଧିକାର ପ୍ରଦାନ ଭଳି ୧୪ ଦଫା ଦାବି ନେଇ ଦଳୀୟ ନେତା ତିରୁପତି ଗମାଙ୍ଗଙ୍କ ନେତୃତ୍ୱରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ