Masthead

କ୍ରାଇସିସ୍ ମ୍ୟାନେଜର ନୂଆ କମିସନର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ । ନୂଆ କମିସନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ନିଯୁକ୍ତି । ୧୯୯୫ ବ୍ୟାଚର ବରିଷ୍ଠ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟରତ । ସେହିପରି ଓପିଏଚଡବ୍ଳୁସି ସିଏମଡି ଏମ. ଅକ୍ଷୟଙ୍କୁ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି କରାଯାଇଛି । ଗତ ସୋମବାର ସନ୍ଧ୍ୟାରେ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପଟେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ମୂହୁର୍ତ୍ତ ମଧ୍ୟରେ ଶ୍ରୀ ଷଡଙ୍ଗୀ ନିଜ ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି । ଏନେଇ ସେ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ କୋଭିଡ ମହାମାରୀ ଭଳି ଏକ କଠିନ ପରିସ୍ଥିତି ମୁକାବିଲା ତାଙ୍କର ମନେରହିବ ବୋଲି କହିଛନ୍ତି ।

 ନୂଆ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ରାଜ୍ୟ ସରକାରଙ୍କ କ୍ରାଇସିସ ମ୍ୟାନେଜର ଅଫିସର ଭାବେ ଜଣାଶୁଣା । ବିଶେଷକରି, ପୁରୀ ପ୍ରସଙ୍ଗରେ ସୌମେନ୍ଦ୍ରଙ୍କୁ ଆଗ ଖୋଜାହୁଏ । ଜଣେ ବରିଷ୍ଠ ପୋଲିସ ଅଫିସର ଭାବେ ତାଙ୍କ ଦକ୍ଷତାକୁ ସେ ଅନେକ ଥର ପ୍ରମାଣିତ କରିଛନ୍ତି । ପୁରୀର ଅତିରିକ୍ତ ଏସପି ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୯ ମହାବାତ୍ୟା ସମୟରେ ସେ ନିଜ କାର୍ଯ୍ୟ ଲାଗି ପ୍ରଶଂସିତ ହୋଇଥିଲେ । ପରେ ଗଂଜାମ, ପୁରୀ, କଟକ, କେନ୍ଦୁଝରର ଏସପି ହୋଇଥିଲେ । କଟକରେ ମଧ୍ୟ ଡିସିପି ଭାବେ କାର୍ଯ୍ୟ କରିଛନ୍ତି । ପରେ ଡିଆଇଜି କୋରାପୁଟ ଭାବେ ସଫଳତାର ସହ ନକ୍ସଲ ଦମନ ଅପରେସନକୁ ଆଗକୁ ବଢାଇଥିଲେ । ଡିଆଇଜି ଅପରେସନ ଭାବେ ବି ତାଙ୍କ ଭୂମିକା ପ୍ରଶଂସନୀୟ ଥିଲା । ୨୦୧୩ରେ ଆଇଜି ପାହ୍ୟାକୁ ତଙ୍କର ପ୍ରମୋସନ ହୋଇଥିଲା । ୨୦୧୫ ନବକଳେବର ପରିଚାଳନ ଲାଗି ସେ ଓଏସଡି ଭାବେ ନିଯୁକ୍ତି ପାଇଥିଲେ । ଫନି ସମୟରେ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇ ପୁରୀ ପଠାଯାଇଥିଲା । ତାଙ୍କ କାର୍ଯ ଦକ୍ଷତା ଲାଗି ତାଙ୍କୁ ୨୦୧୧ରେ ରାଷ୍ଟ୍ରପତି ପୋଲିସ ମେଡାଲରେ ସମ୍ମାନିତ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ