Masthead

‘ସମୟ ଆସିଲେ ବିବାହ କରିବି’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କପୁର ପରିବାରକୁ କରୋନା ଛାଡୁନି । ଏହି ପରିବାରର ରଣବୀର କପୁର କରୋନା ପଜେଟିଭ ହୋଇଛନ୍ତି । ସାମ୍ନାକୁ ଆସିଛି ରଣବୀର କପୁରଙ୍କ ହେଲଥ୍ ଅପଡେଟ ।ଯାହାକୁ ନେଇ ତାଙ୍କ ପରିବାରବର୍ଗଙ୍କ ସହ ତାଙ୍କ ଫ୍ୟାନ୍ସମାନଙ୍କ ଚିନ୍ତା ବଢିଯାଇଛି । ଗତ କିଛିଦିନ ହେବ ମହାରଷ୍ଟ୍ରରେ କୋଭିଡ-୧୯ ମାମଲା ବୃଦ୍ଧି ପାଇଛି । ସରକାର ପର୍ୟ୍ୟାୟ କ୍ରମେ ଟିକା ଲୋକଙ୍କୁ ଟିକା ଦେଉଥିବା ବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପରି ପ୍ରୋଟକଲ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ପିଙ୍କ ଭିଲ୍ଲା ରିପୋର୍ଟ ଅନୁସାରେ ରଣବୀର କପୁର ଏବେ କ୍ୱାରେନଣ୍ଟାଇନରେ ।

ରଣବୀର କପୁରଙ୍କ ଅଙ୍କଲ ରଣଧିର କପୁର କହିଛନ୍ତି, ରଣବୀରଙ୍କ ସ୍ୱାସ୍ଥ୍ୟ ଭଲନାଇଁ । କିଛିଦିନ ତଳେ ରଣବୀରଙ୍କ ମା ନୀତୁ କପୁର ମଧ୍ୟ କରୋନା ପଜେଟିଭ ଆସିଥିଲେ । ଯେତେବେଳେ ସେ ଚଣ୍ଡିଗଡରେ ଜୁଗ ଜୁଗ ଜିଓ ର ସୁଟିଂ କରୁଥିଲେ , ସେହି ସମୟରେ ସେ କୋଭିଡ ଟେଷ୍ଟ କରାଇ ଥିଲେ । ଏହାଛଡା ବର୍ତ୍ତମାନ ରଣବୀର ଏବଂ ଆଲିଆ ସେମାନଙ୍କର ରିଲେସନସିପକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । କିଛିଦିନ ପୂର୍ବରୁ ରଣବୀର କପୁର ଆଲିଆ ଙ୍କ ସହ ବିବାହ ସମ୍ପର୍କରେ କହିଥିଲେ ଯେ ଯଦି ଆମ ଜୀବନରେ କରୋନା ମହାମାରୀ ଆସିନଥାନ୍ତା ତେବେ କେବେଠୁ ବିବାହ କରନ୍ତାଣି । ଯେତେବେଳେ ଆଲିଆଙ୍କୁ ଏ ବିଷୟରେ ପଚରା ଯାଏ ସେ କୁହନ୍ତି ଠିକ୍ ସମୟ ଆସିଲେ ବିବାହ କରିବେ। ତେବେ ରଣବୀର କପୁରଙ୍କ ୱାର୍କଫ୍ରଣ୍ଟ କଥା ଯଦି କହିବା, ସେ ଆଗକୁ ସମସେର, ବ୍ରହ୍ମାସ୍ତ୍ର ରେ ନଜର ଆସିବେ । ବ୍ରହ୍ମାସ୍ତ୍ରରେ ରଣବୀରଙ୍କ ସହ ଆଲିଆ ଭଟ୍ଟ ମଧ୍ୟ ନଜରରେ ଆସିବେ । ମାର୍ଚ୍ଚ ୧୧ରେ ହେବାକୁ ଥବା ବିଶ୍ୱ କିଡନୀ ଦିବସ ଅବସରରେ ବ୍ରହ୍ମାସ୍ତ୍ର ର ନିର୍ଦ୍ଦେଶକ ଆୟାନ ମୁଖାର୍ଜିଙ୍କଠୁ ଆରମ୍ଭ କରି ରଣବୀର କପୁର ଏବଂ ଅମିତାଭ ବଚ୍ଚନ ଙ୍କ ପର୍ୟ୍ୟନ୍ତ ସମସ୍ତେ କିଡନୀ ଡୋନେଟ ପାଇଁ ସଂକଳ୍ପ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା