Masthead

ୱାସିଂଟନରେ କର୍ଫ୍ୟୁ

ଆମେରିକା: ନିଜ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ କାରଣରୁ ଉତ୍ୟକ୍ତ ହୋଇ ତାଙ୍କ ସମର୍ଥକମାନେ ବୁଧବାର ଦିନ ଯୁକ୍ତରାଷ୍ଟ୍ରଆମେରିକାର କ୍ୟାପିଟାଲ ମଧ୍ୟକୁ ପ୍ରବେଶ କରି ପୋଲିସ ସହ ସଂଘର୍ଶ କରିବାରୁ ଗୁଳି ମାଡ଼ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହି ଉତ୍ତେଜନାପୂର୍ଣ୍ଣ ପ୍ରତିବାଦ ଯୋଗୁଁ ଅନେକ ଲୋକ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି । ୱାସିଂଟନ ରିପୋର୍ଟ ଅନୁଯାୟୀ, ଜଣେ ଶ୍ୱେତାଙ୍ଗୀ ମହିଳାଙ୍କ କାନ୍ଧରେ ଗୁଳି ଚୋଟ ଲାଗିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଡ଼ୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ପ୍ରତିବାଦକାରୀମାନେ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାପିଟାଲରେ ଏକତ୍ର ହୋଇ ଲକଡ଼ାଉନ ପରିସ୍ଥିତି ସୃଷ୍ଟି କରିଥିଲେ । ଡେମୋକ୍ରାଟ୍ ଜୋ ବାଇଡେନଙ୍କ ପରିବର୍ତ୍ତେ ତାଙ୍କୁ ବିଜୟୀ କରାଯାଉ ବୋଲି ରାଷ୍ଟ୍ରପତି ଟ୍ରମ୍ପ କରିଥିବା ଦାବିକୁ ଉପରାଷ୍ଟ୍ରପତି ପ୍ରତ୍ୟାକ୍ଷାନ କରିବା ସହିତ ଟ୍ରମ୍ପଙ୍କ ଶହ ଶହ ସମର୍ଥକ ବଳପୂର୍ବକ ୱାସିଂଟନସ୍ଥିତ କ୍ୟାପିଟାଲ ହିଲ ଅଟ୍ଟାଳିକାମଧ୍ୟକୁ ପ୍ରବେଶ କରିଥିଲେ ।

ପରିସ୍ଥିତି ଉଗ୍ର ତଥା ଅଣାୟତ ହେବାରୁ ୱାସିଂଟନ ମେୟର ମ୍ୟୁରିଏଲ ବାଓଜର୍ ୧୫ ଦିନ ପର୍ଯ୍ୟନ୍ତ ସମଗ୍ର ସହରରେ କର୍ଫ୍ୟୁ ଜାରି କରାଯାଇଛି । ସେପଟେ ଆମେରିକାର ବିବାଦୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଂଟକୁ ୧୨ ଘଣ୍ଟା ପାଇଁ ବ୍ଲକ କରିଥିଲା ଟ୍ୱିଟର । ଅନ୍ୟପଟେ ଆମେରିକାର ୱାସିଂଟନରେ ଦଙ୍ଗା ଓ ହିଂସା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି ଓ କହିଛନ୍ତି ଏହି ହିଂସା ଓ ଦଙ୍ଗା ଘଟଣା ମୋତେ ବ୍ୟଥିତ କରୁଛି । 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ