Masthead

ଦୂର ହେଲା ପାନୀୟଜଳ ସଙ୍କଟ

ଭୁବନ(ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଛାଟିଆସାହିରେ ଦେଖାଦେଇଥିଲା ପାନୀୟଜଳ ସଙ୍କଟ । ଛାଟିଆସାହିରେ ସୁବିଧା ଯୋଜନାରେ ସୋଲାର ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । କିନ୍ତୁ ଦୁଇ ବର୍ଷ ହେବ ଅଚଳାବସ୍ଥାରେ ପଡିରହିଛି । ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ଓ ରାଜନେତାମାନଙ୍କୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁ ନଥିଲା । ଗ୍ରାମବାସୀ ନିକଟସ୍ଥ କୁରେଇଜଳା ନାଳରୁ ଚୁଆ ମାଧ୍ୟମରେ ପାଣି ବ୍ୟବହାର କରି ଦିନ କାଟୁଥିଲେ । ଛାଟିଆସାହି ଗ୍ରାମବାସୀଙ୍କ ପାନୀୟଜଳ ସଙ୍କଟ ବଡ଼ ଖବରରେ ପ୍ରସାରିତ ହେବା ପରେ ପ୍ରଶାସନ ଚେଇଁ ଉଠିଥିଲା । ବଡ଼ ଖବର କ୍ୟାମେରା ସମ୍ମୁଖରେ ୧୫ ଦିନ ମଧ୍ୟରେ ଛାଟିଆସାହି ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇ ଦେବାର ପ୍ରତିଶୃତି ଦେଇ ପ୍ରତିଶୃତି ରକ୍ଷା କରିଛନ୍ତି ଭୁବନ ବ୍ଳକ ଅଧକ୍ଷ ଧର୍ମାନନ୍ଦ ବରାଳ । ବଡ଼ ଖବର ଟିଭି ଚ୍ୟାନେଲକୁ ଧନ୍ୟବାଦ ଦେବା ସହ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଛାଟିଆସାହି ବାସିନ୍ଦା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି