Masthead

କୋରାପୁଟ ପରେ ଗଞ୍ଜାମ ଉପରେ ଏବେ ଆନ୍ଧ୍ରର ଆଖି

ପ୍ରତିବାତ ତ ଦୂରର କଥା, ଏହାର ଟେର୍ ବି ଓଡିଶା ପ୍ରଶାସନ ପାଖେ ନାହିଁ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚାଲିଛି ଚର୍ଚ୍ଚା । ଆଉ ଏପଟେ ବଡ଼ ଖବର ହାତରେ ଲାଗିଛି ସାଂଘାତିକ ତଥ୍ୟ । ଖାଲି କୋରାପୁଟ ନୁହେଁ, ଗଞ୍ଜାମ ଉପରେ ବି ଆନ୍ଧ୍ର ଆଖି ପକାଇଛି । ଖାଲି କୋରାପୁଟର କୋଟିଆ ନୁହେଁ, ଗଞ୍ଜାମର ଦୁଇ ପଞ୍ଚାୟତରେ ବି ଆସନ୍ତା ୧୩ରେ ନିର୍ବାଚନ କରିବାକୁ ଯାଉଛି ଆନ୍ଧ୍ର । ପାତ୍ରପୁର ବ୍ଲକର ତୁମ୍ବା ଓ ବୁରାତୋଲ ପଞ୍ଚାୟତରେ ଲାଗିଛି ଆନ୍ଧ୍ର ବିଜ୍ଞପ୍ତି । ଦୁଇ ପଞ୍ଚାୟତରେ ସରପଞ୍ଚ ସହ କୁଲାଡି, ସତକୋରି, ବାବନସାହି, ଗୁଡିଖୋଳା ଓ ବୁରାତାଲଲ ଗାଁରେ ଚାଲିଛି ଭୋଟ୍ ପ୍ରକ୍ରିୟା । ତେବେ କେବଳ କୁଲାଡି ଗାଁରେ ୱାର୍ଡମେମ୍ବର ପାଇଁ ସାବିତ୍ରୀ ଶବର ନାମାଙ୍କନ ଭରିଛନ୍ତି । ପାତ୍ରପୁର ବ୍ଲକର ଏହି ପଞ୍ଚାୟତକୁ ଆନ୍ଧ୍ର ମଞ୍ଜୁଶା ମଣ୍ଡଳର ବୋଲି ଦର୍ଶଉଛି । ଖାଲି ଦର୍ଶଉନି, ସେଠି ଭୋଟ କରିବ ବୋଲି ବ୍ୟବସ୍ଥା କରିଛି । ମାନେ କୋରାପୁଟର କୋଟିଆ ପରେ ଗଞ୍ଜାମରେ ବି ଆନ୍ଧ୍ର ଷଡଯନ୍ତ୍ରର ଜାଲ ବିଛାଇଛି । ହେଲେ ବିଡମ୍ବନାର କଥା ଏହାର ପ୍ରତିବାତ ତ ଦୂରର କଥା, ଏହାର ଟେର୍ ବି ଓଡିଶା ପ୍ରଶାସନ ପାଖେ ନାହିଁ ।

ଫେବ୍ରୁଆରୀ ୧୩ରେ ଆନ୍ଧ୍ର ସେଠି ଭୋଟ୍ ପକାଇବ । ଓଡିଶା ସରକାର କିନ୍ତୁ ଚୁପ୍ ହୋଇ ବସିଛନ୍ତି । ଗଞ୍ଜାମ ହେଉଛିି, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା । ସେଠି ବି ଆନ୍ଧ୍ର ନିଜର ଦାଦାଗିରି ଦେଖାଉଛି । କୋରାପୁଟକୁ ନେଇ ଚର୍ଚ୍ଚା ହେଉଛି । ଏଠି ଗଞ୍ଜାମରେ ବି ଏକା ସ୍ଥିତି । ସରକାରଙ୍କ ଆଗରେ ବଡ଼ ଖବର ତଥ୍ୟ ରଖିଛି । ଏବେ ସରକାର ଏ ନେଇ ପଦକ୍ଷେପ ନେବା ଦରକାର । ପଡୋଶୀ ରାଜ୍ୟର ଏ ଭୟଙ୍କର ଷଡଯନ୍ତ୍ରକୁ ବନ୍ଦ ହେବା ଦରକାର । କୋଟିଆ ହେଉ କି ତୁମ୍ବା, ବୁରାତଲ ତାହା ଓଡିଶାର । କେବଳ ଓଡିଶାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା