Masthead

କଟକ: ବଡ଼ ମେଡିକାଲରେ ଅଘଟଣ, ଚିକିତ୍ସାଧୀନ ରୋଗୀ ଉପରେ ଛିଡ଼ି ପଡ଼ିଲା ଫ୍ୟାନ୍

କଟକ (ବଡ଼ ଖବର ବ୍ୟୁରୋ): କଟକ ବଡ଼ ମେଡିକାଲରେ ଅଘଟଣ । ଚିକିତ୍ସିତ ଅବସ୍ଥାରେ ରୋଗୀ ଉପରେ ଛିଡ଼ି ପଡ଼ିଲା ଫ୍ୟାନ୍ । ଗୁରୁତର ଅବସ୍ଥାରେ ରୋଗୀକୁ ଆଇସିୟୁ କୁ ସ୍ଥାନାନ୍ତର। କଟକ ଏସସିବି ମେଡିକାଲର ସର୍ଜରୀ ବିଭାଗରେ ଘଟିଛି ଏହି ଅଘଟଣ।

ଯାଜପୁର ଅଞ୍ଚଳର ଜଣେ ମହିଳା ନିଆଁ ରେ ପୋଡ଼ି ହୋଇ ସର୍ଜରୀ ବିଭାଗରେ ଗତ କିଛିଦିନ ହେଲା ରହି ଚିକିତ୍ସିତ ହେଉଥିଲେ। ତେବେ ଆଜି ବେଡ ମିଳି ନଥିବାରୁ ତଳେ ମହିଳା ଜଣକ ଶୋଇଥିବା ବେଳେ ଠିକ୍ ଉପରେ ଥିବା ଏକ ସିଲିଂ ଫ୍ୟାନ ଚାଲୁଥିବା ଅବସ୍ଥାରେ ହଠାତ୍ ଛିଣ୍ଡିପଡିଥିଲା।

ମହିଳାଙ୍କ ମୁଣ୍ଡ, ଛାତି ଓ ଗୋଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଗୁରୁତର ହେବାରୁ ତାଙ୍କୁ ଆଇସିୟୁ କୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ପାଇଁ ମହିଳାଙ୍କ ସମ୍ପର୍କୀୟ ମେଡିକାଲ କତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ତେବେ କଟକ ବଡ଼ ମେଡ଼ିକାଲରେ ବାରମ୍ବାର ଏହି ଘଟଣା ଘଟୁଥିଲେ ମଧ୍ୟ ମେଡିକାଲ କତ୍ତୃପକ୍ଷଙ୍କ ଚେତା ପଶୁନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’