Masthead

କଟକ-ପାରାଦୀପ ରାଜପଥ ଅବରୋଧ

ତିର୍ତ୍ତୋଲ, (ବଡ଼ ଖବର ବ୍ୟୁରୋ): ଚାଷୀ ସମସ୍ୟା ନେଇ କଟକ-ପାରାଦୀପ ରାଜପଥ ଅବରୋଧ। ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜୟପୁରଠାରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲା ନବନିର୍ମାଣ କୃଷକ ସଂଗଠନ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍ ଗାଇଡଲାଇନକୁ ଦୃଷ୍ଟିରେ ରଖି ସଂଗଠନ ତରଫରୁ ଅଳ୍ପ ସଂଖ୍ୟକ ଚାଷୀମାନଙ୍କ ଦ୍ଵାରା ଏହି ଆନ୍ଦୋଳନ କରାଯାଇଥିଲା। ଡାକବାଜି ଯନ୍ତ୍ର ମାଧ୍ୟମରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯାଇଥିଲା। କୃଷି ଓ କୃଷକଙ୍କ ଉପରେ ସମସ୍ତଙ୍କ ଜୀବନ ନିର୍ଭର କରୁଥିଲେ ମଧ୍ୟ ସରକାର କୃଷକଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି।

କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର, ଚାଷୀଙ୍କୁ ପେନସନ, ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ, ରିଲିଫ କୋଡ୍ ସଂଶୋଧନ, ଜଳ ଯୋଗାଣ, ଜଳ ନିଷ୍କାସନ, ସରକାରୀ ଶୀତଳ ଭଣ୍ଡାର ବ୍ୟବସ୍ଥା, ମାଙ୍କଡ଼, ହରିଣ ଓ ଷଣ୍ଢ ଦାଉରୁ ଫସଲକୁ ସୁରକ୍ଷା, ନିଯୁକ୍ତି ତଥା ସୁଦୃଢ଼ କୃଷି ଭିତ୍ତିଭୂମି ଭଳି ଅନେକ ଦାବିନେଇ ଆନ୍ଦୋଳନ କରିଥିଲେ ସଂଗଠନ ସଦସ୍ୟ। ପ୍ରାୟ ତିନି ଘଣ୍ଟା ରାଜପଥ ଅବରୋଧ ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରିନିଆଯାଇଥିଲା। ତିର୍ତ୍ତୋଲ ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆନ୍ଦୋଳନସ୍ଥଳରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼