କଟକ-ପାରାଦୀପ ରାଜପଥ ଅବରୋଧ

ତିର୍ତ୍ତୋଲ, (ବଡ଼ ଖବର ବ୍ୟୁରୋ): ଚାଷୀ ସମସ୍ୟା ନେଇ କଟକ-ପାରାଦୀପ ରାଜପଥ ଅବରୋଧ। ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜୟପୁରଠାରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲା ନବନିର୍ମାଣ କୃଷକ ସଂଗଠନ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍ ଗାଇଡଲାଇନକୁ ଦୃଷ୍ଟିରେ ରଖି ସଂଗଠନ ତରଫରୁ ଅଳ୍ପ ସଂଖ୍ୟକ ଚାଷୀମାନଙ୍କ ଦ୍ଵାରା ଏହି ଆନ୍ଦୋଳନ କରାଯାଇଥିଲା। ଡାକବାଜି ଯନ୍ତ୍ର ମାଧ୍ୟମରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯାଇଥିଲା। କୃଷି ଓ କୃଷକଙ୍କ ଉପରେ ସମସ୍ତଙ୍କ ଜୀବନ ନିର୍ଭର କରୁଥିଲେ ମଧ୍ୟ ସରକାର କୃଷକଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି।

କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର, ଚାଷୀଙ୍କୁ ପେନସନ, ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ, ରିଲିଫ କୋଡ୍ ସଂଶୋଧନ, ଜଳ ଯୋଗାଣ, ଜଳ ନିଷ୍କାସନ, ସରକାରୀ ଶୀତଳ ଭଣ୍ଡାର ବ୍ୟବସ୍ଥା, ମାଙ୍କଡ଼, ହରିଣ ଓ ଷଣ୍ଢ ଦାଉରୁ ଫସଲକୁ ସୁରକ୍ଷା, ନିଯୁକ୍ତି ତଥା ସୁଦୃଢ଼ କୃଷି ଭିତ୍ତିଭୂମି ଭଳି ଅନେକ ଦାବିନେଇ ଆନ୍ଦୋଳନ କରିଥିଲେ ସଂଗଠନ ସଦସ୍ୟ। ପ୍ରାୟ ତିନି ଘଣ୍ଟା ରାଜପଥ ଅବରୋଧ ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରିନିଆଯାଇଥିଲା। ତିର୍ତ୍ତୋଲ ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆନ୍ଦୋଳନସ୍ଥଳରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’