Masthead

ସାଇବର ଠକେଇ: ଭାୟା କଲଗାର୍ଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଠକାମିର ନୂଆ ଠିକଣା ପାଲଟିଲା କର୍ଲଗାଲ । ଆଖି ପିଛୁଳାକେ ଗୋଲ ହୋଇଗଲା ୯୪ ହଜାରରୁ ଉର୍ଦ୍ଧ ଟଙ୍କା । ସୁନ୍ଦରୀ ଯୁବତୀଙ୍କ ପ୍ରଲୋଭନ ଦେଖାଇ ଟଙ୍କା ଲୁଟିନେଲେ ଲୁଟେରା । ସେ ପୁଣି ଅନଲାଇନ ପେମେଣ୍ଟ ଟ୍ରାନ୍ସଫର କରୁଥିବା ଲୋକଙ୍କ ଭରସା ଯୋଗ୍ୟ ଆପ ଗୁଗଲ-ପେ ମାଧ୍ୟମରେ । ଏପଟେ କମିଶନରେଟ ପୋଲିସ ନୂଆ ବର୍ଷଠୁ ଜାରି କରିଛି ନୂଆ ନିୟମ ସାଇବର ଅପରାଧକୁ ସମ୍ପୂର୍ଣ୍ଣ ନିପାତ କରିବା ପାଇଁ । ଆଜି ପୁଣି ଦେଖାଦେଇଛି ସାଇବର ଠକେଇ । ସେ ପୁଣି ରାଜଧାନୀର ଉପକଣ୍ଠରେ ରହୁଥିବା ଜଣେ ଯୁବ ଇଞ୍ଜିନିୟରଙ୍କ ପାଖରୁ । କିଛି ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟରୁ ଗାୟବ ହୋଇଗଲା ୯୪,୭୨୧ ଟଙ୍କା। ପ୍ରଥମେ ନାମ ପଞ୍ଚିକୃତ କରିବାକୁ ଫୋନ କଲ ଆସିଥିଲା ।

ପରେ ୱେବସାଇଟ ଜରିଆରେ ଫର୍ମ ପୂରଣ ପାଇଁ କୁହାଗଲା ।ଏହି ଓ୍ବେବ୍‌ ସାଇଟ୍ ଜରିଆରେ ସେମାନେ ଯୁବତୀ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଲେ। ଏଥିପାଇଁ ପରିଚୟ ପତ୍ର ମାଗିଲେ। ଏପରି କି ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଆକୃଷ୍ଟ କରିବାକୁ ଚେଷ୍ଟା କଲେ। ପରବର୍ତ୍ତୀ ସମୟରେ ଆଖିିପିଛୁଳାକେ ଲୁଟିନେଲେ ହଜାର କି ଦୁଇ ହଜାର ନୁହେଁ ପୁରା ୯୪,୭୨୧ଟଙ୍କା । ଠକାମୀର ଶିକାର ହୋଇଥିବା ଯୁବକ ଏନେଇ ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ