Masthead

ପୁରୁଣା ଢାଞ୍ଚାକୁ ଫେରିବୁ, ସିନେଟ୍ ବ୍ୟବସ୍ଥା ରହିବ: ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ପୁଣି ସଂଶୋଧନ ହେବ ୨୦୨୦ ବିଶ୍ଵ ବିଦ୍ୟାଳୟ ସଂଶୋଧନ ଆଇନ୍। ଗୃହରେ ଗଣେଶ୍ଵର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ଯେ, ପୁରୁଣା ଢାଞ୍ଚାକୁ ଫେରିବୁ, ସିନେଟ୍ ବ୍ୟବସ୍ଥା ରହିବ। ବିଶ୍ଵବିଦ୍ୟାଳୟ ସ୍ଵତନ୍ତ୍ରତା ବଜାୟ ରହିବ। ବିଶ୍ଵବିଦ୍ୟାଳୟ ପକ୍ଷରୁ ମଧ୍ୟ ନିଯୁକ୍ତି ବ୍ୟବସ୍ଥା କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଖୁବଶୀଘ୍ର ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ହେବେ। ଦ୍ଵନ୍ଦ ଦୂର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଅଧ୍ୟାପକ ନିଯୁକ୍ତି ପାଇଁ ବିଶ୍ଵବିଦ୍ୟାଳୟ ଆଇନ ୨୦୨୦ ସଂଶୋଧନ କରାଯାଇ OPSC ଦ୍ଵାରା ନିଯୁକ୍ତି ଦିଆଯାଉଛି। ଯାହା ଦ୍ଵାରା ୟୁଜିସି ଗାଇଡଲାଇନ ପରିପନ୍ଥୀ ଥିଲା। ୟୁଜିସିକୁ ଗାଇଡଲାଇନ ଅନୁସାରେ ବିଶ୍ଵବିଦ୍ୟାଳୟରେ କମିଟି ଗଠନ କରି ଅଧ୍ୟାପକ ନିଯୁକ୍ତି ଦେବା କଥା। କିଭଳି ଭାବେ ବିଶ୍ଵବିଦ୍ୟାଳୟ ଦ୍ଵାରା ଅଧ୍ୟାପକ ନିଯୁକ୍ତି ଦିଆଯିବ। ସେଥିପାଇଁ ଆଇନ ସଂଶୋଧନ କରିବା ସହ ୟୁଜିସିକୁ ପ୍ରସ୍ତାବ ଦିଆଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି। ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୧୮୭ ଅଧ୍ୟାପକ ପଦବୀ ଖାଲି ପଡିଛି । ଏହାକୁ ପୂରଣ କରାଯିବ। ରାଜ୍ୟ ସରକାରଙ୍କ ଅଧୀନରେ ୪୩ଟି ବିଶ୍ଵବିଦ୍ୟାଳୟ ରହିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧୮ ସରକାରୀ ଓ ୭ ଘରୋଇ ସମେତ ୨୫ ବିଶ୍ଵବିଦ୍ୟାଳୟ ଅଛି।

ଦକ୍ଷତା ବିକାଶ ବିଭାଗ ଅଧୀନରେ ୩ ସରକାରୀ ଓ ୫ ଘରୋଇକୁ ମିଶାଇ ୮ଟି, ୧ଟି କୃଷି ବିଶ୍ଵବିଦ୍ୟାଳୟ, ୩ଟି ସ୍ବାସ୍ଥ୍ୟ ବିଶ୍ଵବିଦ୍ୟାଳୟ, ୟୁଜିସି ଅଧୀନରେ ୩ ଘରୋଇ ବିଶ୍ଵବିଦ୍ୟାଳୟ, କେନ୍ଦ୍ର ସରକାରଙ୍କ ୧ଟି ସେଣ୍ଟ୍ରାଲ ବିଶ୍ଵବିଦ୍ୟାଳୟ, ଓଡ଼ିଆ ଭାଷା ବିଭାଗ ଅଧୀନରେ ୧ଟି ଓଡ଼ିଆ ବିଶ୍ଵବିଦ୍ୟାଳୟ ରହିଛି । ବିଶ୍ଵବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ ଅଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ ବିଶ୍ଵବିଦ୍ୟାଳୟରେ କୁଳପତି ଅଛନ୍ତି। କେନ୍ଦୁଝର ଧରଣୀଧର ଓ ବିକ୍ରମ ଦେବ ଜୟପୁର ବିଶ୍ଵବିଦ୍ୟାଳୟ OSD ଜରିଆରେ ଚାଲିଛି । କାରଣ କୁଳାଧିପତି କୁଳପତି ଚୟନ କରନ୍ତି । କୁଳପତି ଚୟନ ନ ହେବା ଯାଏଁ OSD ଜରିଆରେ କାର୍ଯ୍ୟ ଚଳାଇବାକୁ କୁଳାଧିପତିଙ୍କ ନିର୍ଦ୍ଦେଶ ରହିଛି । ୟୁଜିସି ମାନ୍ୟତାକୁ ନେଇ ଖଲିକୋଟ ବିଶ୍ଵବିଦ୍ୟାଳୟର ଅନେକ କଥା ଉଠିଲା । ତେଣୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଖଲିକୋଟ ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେହିପରି ବାରିପଦା ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ବରେ ଅଛନ୍ତି ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି । ୨୦୧୪ ଆଇନ ଅନୁସାରେ ଚାଲିଥିବା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୨୦୨୭ ଜୁନ ୧୬ରେ ସରିବ । ସେହିପରି ଓଡ଼ିଆ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୨୦୨୫ ଅଗଷ୍ଟ ୩୧ରେ ସରିବାକୁ ଯାଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା