ସାଇବର ଠକେଇ: ଭାୟା କଲଗାର୍ଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଠକାମିର ନୂଆ ଠିକଣା ପାଲଟିଲା କର୍ଲଗାଲ । ଆଖି ପିଛୁଳାକେ ଗୋଲ ହୋଇଗଲା ୯୪ ହଜାରରୁ ଉର୍ଦ୍ଧ ଟଙ୍କା । ସୁନ୍ଦରୀ ଯୁବତୀଙ୍କ ପ୍ରଲୋଭନ ଦେଖାଇ ଟଙ୍କା ଲୁଟିନେଲେ ଲୁଟେରା । ସେ ପୁଣି ଅନଲାଇନ ପେମେଣ୍ଟ ଟ୍ରାନ୍ସଫର କରୁଥିବା ଲୋକଙ୍କ ଭରସା ଯୋଗ୍ୟ ଆପ ଗୁଗଲ-ପେ ମାଧ୍ୟମରେ । ଏପଟେ କମିଶନରେଟ ପୋଲିସ ନୂଆ ବର୍ଷଠୁ ଜାରି କରିଛି ନୂଆ ନିୟମ ସାଇବର ଅପରାଧକୁ ସମ୍ପୂର୍ଣ୍ଣ ନିପାତ କରିବା ପାଇଁ । ଆଜି ପୁଣି ଦେଖାଦେଇଛି ସାଇବର ଠକେଇ । ସେ ପୁଣି ରାଜଧାନୀର ଉପକଣ୍ଠରେ ରହୁଥିବା ଜଣେ ଯୁବ ଇଞ୍ଜିନିୟରଙ୍କ ପାଖରୁ । କିଛି ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟରୁ ଗାୟବ ହୋଇଗଲା ୯୪,୭୨୧ ଟଙ୍କା। ପ୍ରଥମେ ନାମ ପଞ୍ଚିକୃତ କରିବାକୁ ଫୋନ କଲ ଆସିଥିଲା ।

ପରେ ୱେବସାଇଟ ଜରିଆରେ ଫର୍ମ ପୂରଣ ପାଇଁ କୁହାଗଲା ।ଏହି ଓ୍ବେବ୍‌ ସାଇଟ୍ ଜରିଆରେ ସେମାନେ ଯୁବତୀ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଲେ। ଏଥିପାଇଁ ପରିଚୟ ପତ୍ର ମାଗିଲେ। ଏପରି କି ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଆକୃଷ୍ଟ କରିବାକୁ ଚେଷ୍ଟା କଲେ। ପରବର୍ତ୍ତୀ ସମୟରେ ଆଖିିପିଛୁଳାକେ ଲୁଟିନେଲେ ହଜାର କି ଦୁଇ ହଜାର ନୁହେଁ ପୁରା ୯୪,୭୨୧ଟଙ୍କା । ଠକାମୀର ଶିକାର ହୋଇଥିବା ଯୁବକ ଏନେଇ ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ