Masthead

ଖସିପାରିବେନି ସାଇବର ଅପରାଧୀ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ ପଦକ୍ଷେପ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ ବଢୁଛି ସାଇବର ଅପରାଧ । ଏହି ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ନେବାକୁ ଯାଉଛି ବଡ ପଦକ୍ଷେପ । ଏହାକୁ ରୋକିବା ଲାଗି ସାଇବର କମାଣ୍ଡୋର ଏକ ଶାଖା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ଶାଖାରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୋଲିସ ସହିତ କେନ୍ଦ୍ରୀୟ ପୋଲିସ ସଂଗଠନର ଯବାନଙ୍କୁ ମଧ୍ୟ ସାମିଲ କରାଯିବ ।

ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ସମସ୍ତ ପୋଲିସ ମୁଖ୍ୟାଳୟକୁ ୧୦ଦକ୍ଷ ସାଇବର କମାଣ୍ଡୋ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଇବର କମାଣ୍ଡୋ ୱିଙ୍ଗ ଗଠନ କରିବାକୁ ଚଳିତବର୍ଷ ପ୍ରାରମ୍ଭରେ ପ୍ରସ୍ତାବ ଆସିଥିଲା । ଏହି ସାଇବର ୱିଙ୍ଗ ସୁରକ୍ଷା କ୍ଷେତ୍ରରେ ଥିବା ସମସ୍ତ ବିପଦକୁ ସାମ୍ନା କରିବ । ଏହା ପୋଲିସ ସଂଗଠନର ଅଭିନ୍ନ ଅଙ୍ଗ ରହିବ । ଯେଉଁ କମାଣ୍ଡୋମାନେ ଆଇଟି ସୁରକ୍ଷା ଓ ଡିଜିଟାଲ ଫୋରେନସିକ କ୍ଷେତ୍ରରେ ଦକ୍ଷ ଅଟନ୍ତି ସେମାନେ ଏହି ସଂଗଠନରେ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’