Masthead

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ଦିଗହରା ଆବାସ ଯୋଜନା । ଯୋଗ୍ୟ ହିତାଧୀକାରୀଙ୍କୁ ମିଳୁନି ଆବାସ ଯୋଜନା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଶିମିଳିସାହି ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ଭଙ୍ଗା ଦରରା ଘରେ ରହୁଥିଲେ ମଧ୍ୟ ତିନିଟି ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଶିମିଳିସାହି ଗାଁରେ ରହୁଛନ୍ତି ୩୦୦ ପରିବାର । ପ୍ରାୟ ପରିବାରକୁ ଆବାସ ଯୋଜନାରେ ଅନ୍ତର୍ଭୁତ କରାଯାଇଛି । କିନ୍ତୁ ଧୋବା ମହାଖୁଡ଼, ରବି ମହାଖୁଡ଼ ଓ ବିମଳା ପ୍ରଧାନଙ୍କ ଉପରେ ପଡ଼ିନାହିଁ ପ୍ରଶାସନର ନଜର । ବିଧବା ବିମଳା ପ୍ରଧାନ । ସ୍ୱାମୀଙ୍କ ଦେହାନ୍ତ ପରେ ଗାଁ ଅଙ୍ଗୱାଡିରେ ରୋଷେୟା ଭାବେ କାମ କରୁଛନ୍ତି । ତିନିଝିଅ ଓ ପୁଅକୁ ନେଇ ତାଙ୍କ ପରିବାର । ବଡ଼ଝିଅ ଓ ମଝିଆଁଝିଅଙ୍କ ବାହାଘର ଦୁଃଖ କଷ୍ଟରେ ହୋଇସାରିଛି । ସାନଝିଅ ଓ ପୁଅ ସହ ଅତି ଦୟନୀୟ ଅବସ୍ଥାରେ ଝାଟିମାଟିର ଚାଳଛପର ଘରେ ଦିନ କାଟୁ ବିମଳା । ଗାଁର ରବି ମହାଖୁଡ଼ ମାନସିକ ବିକାରଗ୍ରସ୍ତ । ତାଙ୍କ ସ୍ତ୍ରୀ ଓ ଦୁଇଝିଅ କୁଡ଼ିଆ ଘରେ ଦିନ କାଟୁଛନ୍ତି । ମୂଲ ମଜୁରି କରି ଯାହା ରୋଜଗାର କରନ୍ତି ସେତିକିରେ ଚଳୁଛି ପରିବାର । ସେହିଭଳି ଗାଁର ଧୋବା ମହାଖୁଡ଼ ଗରିବ ଅସହାୟ ହୋଇଥିଲେ ସୁଦ୍ଧା ଆବାସ ଯୋଜନାରେ ସାମିଲ ହୋଇନାହାନ୍ତି । ଏମାନେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ, ବିଧାୟକ ଓ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ତଥାପି ସୁଫଳ ମିଳିନାହିଁ । ‘ବଡ଼ ଖବର’ ଜରିଆରେ ସହାୟତା ଲୋଡ଼ିଛନ୍ତି ଏହି ତିନି ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ